ଯୌତୁକ ଜୁଇରେ ଜଳିଗଲେ ନବବଧୂ! ୧୨ ଦିନ ତଳେ ହୋଇଥିଲା ବିବାହ, ଏମିତି ଥିଲା ଛାତି ଥରା ନିର୍ଯାତନା...

Newly married bride was murdered for dowry torture

ଓଡ଼ିଆ ଗସିପ ବ୍ୟୁରୋ : ବାପାମା’ଙ୍କୁ ପର କରି ୧୨ ଦିନ ତଳେ ଶାଶୂ ଘରକୁ ଆସିଥିଲା ଝିଅ । ସ୍ୱାମୀ ସହ ସୁନାର ସଂସାର ଗଢ଼ିବେ ବୋଲି ଦେଖିଥିଲା ସ୍ୱପ୍ନ । ହେଲେ ତାର ଏହି ସ୍ୱପ୍ନ ଯେପରି ପାଣି ଫୁଟକା ପରି ମିଳାଇ ଯାଇଥିଲା ।

ସଂସାର ଗଢ଼ିବା ଆଗରୁ ଘୋଟି ଆସିଥିଲା କଳା ବାଦଲ । ଯୌତୁକ ପାଇଁ ଶାଶୂ ଘର ଲୋକେ ନବବଧୂକୁ ମାରି ଦେଇଥିବା ହୋଇଛି ଅଭିଯୋଗ । ଏନେଇ ଝିଅ ଘର ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଏପରି ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଅଧିନ ନିମସାହିରେ । ମୃତ ନବବଧୂ ଜଣଙ୍କ ହେଲେ ମିନାକ୍ଷୀ ନାଏକ ।

ଆହୁରି ପଢ଼ନ୍ତୁ : ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ଅମିତାଭ ବଚ୍ଚନ, ସୁଟିଂ ସେଟ୍‌ରେ ଗୁରୁତର ଆହତ ହୋଇଥିଲେ...

ଅଭିଯୋଗ ଅନୁସାରେ, ତିଗିରିଆ ଥାନା ଅଧୀନ କରଡାପଲ୍ଲୀ ଗାଁର ରୂପାଲି ନାଏକଙ୍କର ଝିଅ ମିନାକ୍ଷୀ ନରସିଂହପୁର ଥାନା ନିମସାହି ଗ୍ରାମର ବାପି ନାଏକଙ୍କୁ ବୈଦିକ ରୀତିନୀତିରେ ୧୨ ଦିନ ତଳେ ବିବାହ କରିଥିଲେ । ବିବାହ ପରେ ମିନାକ୍ଷୀଙ୍କ ସଂସାର ଠିକ୍‌ରେ ଚାଲିଥିଲା ।

adimg

ହଠାତ୍ ଗତକାଲି ବିଳମ୍ବିତ ରାତିରେ ଝିଅର ମୃତ୍ୟୁ ଘଟିଥିବା ମିନାକ୍ଷୀଙ୍କ ପରିବାର ଲୋକଙ୍କୁ ଶାଶୂ ଘର ଫୋନ୍ ମାଧ୍ୟମରେ ଜଣାଇଥିଲେ । ଝିଅର ମୃତ୍ୟୁ ଖବର ଶୁଣି ମିନାକ୍ଷୀଙ୍କ ପରିବାର ଲୋକ ଉପରେ ଦୁଃଖର ପାହାଡ ଖସିପଡ଼ିଥିଲା । ମିନାକ୍ଷୀଙ୍କୁ ଦେଖିବା ପାଇଁ ଶାଶୂ ଘରେ ପହଞ୍ଚିଥିଲେ ପରିବାର ଲୋକେ ।

ଆହୁରି ପଢ଼ନ୍ତୁ : ଭଲ ପାଉଥିବା ମଣିଷଟି ତୁମଠାରୁ ଦୂରେଇବାକୁ ଚାହୁଁଛି ଏକଥା ଜାଣିବେ କେମିତି ? ପଢ଼ନ୍ତୁ ଏହି ୫ଟି ଟିପ୍ସ...

ଝିଅର ମୃତଦେହ ବେଡ୍‌ ଉପରେ ପଡ଼ିଥିବା ଦେଖିଥିଲେ । ଯୌତୁକ ପାଇଁ ଝିଅକୁ ଶାଶୂ ଘର ଲୋକେ ମାରି ଦେଇଥିବା ପରିବାର ଲୋକେ ନରସିଂହପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ପୁଲିସ ସ୍ୱାମୀ ବାପି ନାଏକ, ଶଶୁର ଲୋକନାଥ ନାଏକ ଓ ଶାଶୂ ସାବିତ୍ରୀ ନାଏକଙ୍କୁ ଅଟକ ରଖି ପଚରାଉଚରା କରୁଛି । 

ମୋ ଝିଅକୁ ଶାଶୂ ଘର ଲୋକେ ତା’ ବେକରେ ତକିଆ ପକାଇ ମାରି ଦେଇଛି ବୋଲି ମିନାକ୍ଷୀଙ୍କ ମା’ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସେ କିଛି ଜାଣି ନାହାନ୍ତି ବୋଲି ମିନାକ୍ଷୀଙ୍କ ଶାଶୂ କହିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ।

Share this story