ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ଅମିତାଭ ବଚ୍ଚନ, ସୁଟିଂ ସେଟ୍‌ରେ ଗୁରୁତର ଆହତ ହୋଇଥିଲେ...

Amitabh Bacchan is ill after getting injured in shooting set

ଓଡ଼ିଆ ଗସିପ ବ୍ୟୁରୋ : ବିଗ୍‌ ବି ଅମିତାଭ ବଚ୍ଚନ ‘ପ୍ରୋଜେକ୍ଟ କେ’ ସୁଟିଂ ସେଟ୍‌ରେ ଆହତ ହେବା ପରେ ସୋସିଆଲ ମିଡିଆ ମଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ସେ ତାଙ୍କ ପୋଷ୍ଟରେ ‘ପ୍ରୋଜେକ୍ଟ କେ’ ଫିଲ୍ମ ବିଷୟରେ କିଛି ଲେଖିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ଫ୍ୟାନ୍ସକୁ ଜଣାଇଛନ୍ତି ।

ଅମିତାଭ ଲେଖିଛନ୍ତି କି, ବର୍ତ୍ତମାନ ମୋର ଚାଲିବାରେ ଅସୁବିଧା ହେଉଛି । ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛି । ଡାକ୍ତର ବିଶ୍ରାମ ନେବାକୁ କହିଛନ୍ତି । ଠିକ୍‌ ହେବାକୁ ସପ୍ତାହେ ଲାଗିବ ବୋଲି ସେ ତାଙ୍କ ବ୍ଲଗରେ ଫ୍ୟାନ୍ସ ମାନଙ୍କୁ ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ : ମେକ୍‌ଅପ୍ ପାଇଁ ଭାଙ୍ଗିଗଲା ବାହାଘର : କନ୍ୟାର ମୁହଁ ଦେଖି ବେଦିରୁ ଉଠିଗଲା ବର

ଖାଲି ଏତିକି ନୁହେଁ, ପ୍ରଶଂସକମାନଙ୍କୁ ଘର ଆଗରେ ଗହଳି ନକରିବାକୁ କହିଛନ୍ତି ଅମିତାଭ । ଏଥି ସହିତ ଦୁର୍ଘଟଣା ସମୟର ସମ୍ପୂର୍ଣ୍ଣ କଥା ବଖାଣିଛନ୍ତି ବିଗ୍‌ ବି । ସେ ତାଙ୍କ ପୋଷ୍ଟରେ ହାଇଦ୍ରାବାଦରେ ପ୍ରୋଜେକ୍ଟ କେ ପାଇଁ ସୁଟ୍ ସମୟରେ ଘଟିଥିବା ଅଘଟଣାର ସମ୍ପୂର୍ଣ୍ଣ କଥା କହିଛନ୍ତି ।

"ଅମିତାଭଙ୍କ କହିବା ଅନୁସାରେ ସୁଟିଂ ସେଟ୍‌ରେ ଆକ୍ସନ ସୁଟ୍‌ ଚାଲିଥିବା ବଳେ ମୁଁ ଆହତ ହୋଇଥିଲି । ମୋର ମାଂସପେଶୀ ଉପରେ ଆଘାତ ଲାଗିଥିଲା । ଯନ୍ତ୍ରଣା ହେବା ପରେ ହାଇଦ୍ରାବାଦର AIG ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଘରକୁ ଫେରିଛି । ବର୍ତ୍ତମାନ ଯନ୍ତ୍ରଣା ଅନୁଭବ କରୁଛି । ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ମୋର ଆହତ କାରଣରୁ ସୁଟିଂ କାମ ବନ୍ଦ ରଖାଯାଇଛି ।" ବୋଲି କହିଛନ୍ତି ଅମିତାଭ ।

ଆହୁରି ପଢ଼ନ୍ତୁ : ଭାରସାମ୍ୟ ହରାଇ ପଥଚାରୀଙ୍କ ଉପରେ ମାଡ଼ିଗଲା ଇନୋଭା, ଛଟପଟ ହୋଇ ଚାଲିଗଲା ୫ ଜୀବନ

ଘର ଆଗରେ ସମର୍ଥକ ମାନେ ଅପେକ୍ଷା କରିଛନ୍ତି । ହେଲେ ମୁଁ ସାକ୍ଷାତ କରିବାକୁ ଅସମର୍ଥ । ତେଣୁ ପ୍ରଶଂସକମାନେ ତାଙ୍କୁ ଭେଟିବାକୁ ଆସନ୍ତୁ ନାହିଁ ବୋଲି ଅମିତାଭ କହିଛନ୍ତି । ଫିଲ୍ମ ‘ପ୍ରୋଜେକ୍ଟ କେ’ ଆସନ୍ତା ବର୍ଷ ମୁକ୍ତିଲାଭ କରିବ ବୋଲି ଆଶା ରଖାଯାଇଛି । ‘ପ୍ରୋଜେକ୍ଟ କେ’ରେ ପ୍ରଭାସ, ଦୀପିକା ପାଦୁକୋନ ଏବଂ ଦିଶା ପାଟାନି ନଜର ଅସିବେ ।

Share this story

World Odia Language Conferene