ମେକ୍‌ଅପ୍ ପାଇଁ ଭାଙ୍ଗିଗଲା ବାହାଘର : କନ୍ୟାର ମୁହଁ ଦେଖି ବେଦିରୁ ଉଠିଗଲା ବର

Youth rejected marriage after brides makeup goes wrong

ଓଡ଼ିଆ ଗସିପ ବ୍ୟୁରୋ : ବାହାଘର ପାଇଁ ପ୍ରସ୍ତୁତି ଚାଲିଥାଏ । କନ୍ୟାପକ୍ଷ ସବୁ କାମ ସାରି କେବଳ ବରର ଆଗମନକୁ ଅନେଇଥାନ୍ତି । କେତେବେଳେ ବର ଆସିବ ଆଉ ହାତଗଣ୍ଠି ପଡ଼ିବ । କନ୍ୟାର କିନ୍ତୁ ଗୋଟିଏ ସ୍ୱପ୍ନ...ସେ ନୂଆପ୍ରକାର ମେକ୍‌ଅପ୍ ନେଇ ବରକୁ ପୂରା ଚମକେଇଦେବ ।

ଏଇ କଥା ଭାବି ସ୍ୱପ୍ନ ରାଇଜରେ ବୁଲୁଥିବା କନ୍ୟା ମେକ୍‌ଅପ୍ ରୁମ୍‌ରୁ ଜମା ବାହାରୁନଥାଏ । କିନ୍ତୁ ତା’ପରେ ଯାହା ଘଟିଲା ଶୁଣିଲେ ଆପଣ ନିଶ୍ଚୟ ତାଜୁବ୍ ହେବେ ।

ବର ହାଜର ହେଇଗଲା, କିନ୍ତୁ କନ୍ୟା ଜମା ମେକ୍‌ରୁମ୍ ଛାଡୁନଥାଏ । ୟା ଭିତରେ ଘର ଲୋକ ବ୍ୟସ୍ତ ହୋଇ କନ୍ୟାକୁ ଡାକିବାକୁ ଗଲା ବେଳକୁ ଯାହା ଦେଖିଲେ ସେମାନଙ୍କ ବୁଦ୍ଧି ହଜିଗଲା । ନୂଆ ପ୍ରକାର ମେକ୍‌ଅପ୍‌ରେ କନ୍ୟାର ମୁହଁ ପୂରା କଳାପଡ଼ି ଫୁଲି ଯାଇଛି । କନ୍ୟା ବିଚରା ବି ତା’ ମୁହଁ ଦେଖି ଚିନ୍ତାରେ ପଡ଼ିଗଲା ।

ଆହୁରି ପଢ଼ନ୍ତୁ : ବୋହୂ ପ୍ରେମରେ ଶ୍ୱଶୁର ବାୟା, ୬ ମାସର ଝିଅକୁ ଛାଡ଼ି ଶ୍ୱଶୁର ସହ ଫେରାର...

ଏଭଳି ଅବସ୍ଥାରେ ବର ଆଉ କନ୍ୟାକୁ ଯେତେବେଳେ ବେଦିକୁ ଅଣାଗଲା, ସମସ୍ତେ ତାଜୁବ୍ । କନ୍ୟାର ମୁହଁ ଦେଖି ଆଉ କାହା ମୁହଁରୁ କିଛି କଥା ବାହାରିଲାନି । କେହି କେହି କନ୍ୟା ବଦଳ କଥା ବି ଭାବିଲେ । କିନ୍ତୁ ବୁଝୁ ବୁଝୁ ଜଣାଗଲା ଯେ, ମେକ୍‌ଅପ୍ ଯୋଗୁ ଏପରି ହୋଇଛି ।

ତେବେ କନ୍ୟାର ଏଭଳି ଚେହେରା ଦେଖି ବର ବେଦିରୁ ଉଠିଯିବା ପରେ ବରଘର ଲୋକ ବାହାଘର ଭାଙ୍ଗିଦେଇଥିଲେ । କର୍ଣ୍ଣାଟକର ହସନ୍ ଜିଲ୍ଲାର ଅରସିକିରି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । କନ୍ୟାଘର ପକ୍ଷରୁ ସଂପୃକ୍ତ ପାର୍ଲର ବିରୋଧରେ ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି । ସଂପୃକ୍ତ କନ୍ୟା ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Share this story

World Odia Language Conferene