ବୋହୂ ପ୍ରେମରେ ଶ୍ୱଶୁର ବାୟା, ୬ ମାସର ଝିଅକୁ ଛାଡ଼ି ଶ୍ୱଶୁର ସହ ଫେରାର...

father in law fled away with daughter in law

ଓଡ଼ିଆ ଗସିପ ବ୍ୟୁରୋ : ପ୍ରେମ ସତ୍ୟ, ପ୍ରେମ ଚିରନ୍ତନ, ପ୍ରେମ ଶାଶ୍ୱତ । ପ୍ରେମ ମାନେ ନାହିଁ ବନ୍ଧ ବାଡ଼, ପ୍ରେମ ଆଗରେ ସବୁ କିଛି ତୁଚ୍ଛ । କେତେବେଳେ ମଣିଷ କାହା ପ୍ରେମରେ ପଡ଼ିଯିବ ତାହା କେହିବି କହିପାରିବେ ନାହିଁ । କୁହାଯାଏ, ପ୍ରେମ ନିଶା ଥରେ ଘାରିଲେ ମଣିଷ ଅନ୍ଧ ହୋଇଯାଏ ।

ହେଲେ ଭୁଲ୍‌ ଲୋକଙ୍କ ପ୍ରେମ ଜାଲରେ ପଡ଼ିଲେ, ଆଉ ଯଦି ସେ ଆପଣଙ୍କ ପରିବାର ସଦସ୍ୟ ହୋଇଥିବେ ? ଭାବନ୍ତୁ, ପରିସ୍ଥିତି କ’ଣ ହେବ । କଥାଟା ଅଜବ ଲାଗିଲେ ମଧ୍ୟ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ବୋହୂ ପ୍ରେମର ପଡ଼ିଛନ୍ତି ଶ୍ୱଶୁର । ଶେଷରେ ଉଭୟ ଘର ଛାଡ଼ି ଫେରାର ହୋଇଯାଇଛନ୍ତି । ରାଜସ୍ଥାନର ବୁନ୍ଦି ଜିଲ୍ଲା ସିଲୋର ଗାଁରେ ଏହି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ।

ଆହୁରି ପଢ଼ନ୍ତୁ : ଭାରସାମ୍ୟ ହରାଇ ପଥଚାରୀଙ୍କ ଉପରେ ମାଡ଼ିଗଲା ଇନୋଭା, ଛଟପଟ ହୋଇ ଚାଲିଗଲା ୫ ଜୀବନ

ମହିଳାଙ୍କ ସ୍ୱାମୀ ପୱନ ବୈରାଗୀ ସଦର ପୋଲିସ୍‌ ଷ୍ଟେସନରେ ଅଭିଯୋଗ ପରେ ଘଟଣା ସାମ୍ନାକୁ ଆସିଥିଲା । ଅଭିଯୋଗ ଅନୁସାରେ, ପୱନଙ୍କ ବାପା ରମେଶ ବୈରାଗୀ ତାଙ୍କ ସ୍ତ୍ରୀ ସହ ଫେରାର ହୋଇଯାଇଛନ୍ତି । ତାଙ୍କ ପତ୍ନୀ ନିରୀହ । ହେଲେ ବାପା ତାଙ୍କ ପତ୍ନୀଙ୍କୁ ପ୍ରତାରଣା କରିଥିବା ପୱନ ଅଭିଯୋଗ କରିଛନ୍ତି । ପୱନଙ୍କ ୬ ମାସର ଝିଅ ଅଛି ।

ପୱନ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ତାଙ୍କ ବାପା କିଛି ବେଆଇନ୍‌ ଚାକିରି କରୁଥିଲେ । ତେବେ କାମ ଯୋଗୁ ସେ ବାହାରେ ରହୁଥିଲେ । ପୱନଙ୍କ ବାପା ରମେଶ ଖାଲି ବୋହୂ ସହ ଫେରାର ହୋଇ ନାହାନ୍ତି ବରଂ ପୁଅର ୨ ଚକିଆ ଯାନ ମଧ୍ୟ ଚୋରି କରି ନେଇ ଯାଇଛନ୍ତି ।

ଆହୁରି ପଢ଼ନ୍ତୁ : ବାସ୍ତୁ ଅନୁସାରେ ବାଛନ୍ତୁ ରଙ୍ଗ; ଭାଗ୍ୟରେ ଉନ୍ନତି ଆସିବା ସହ ନକାରାତ୍ମକ ଶକ୍ତି ହେବ ଦୂର...

ଅଭିଯୋଗ ପରେ ମଧ୍ୟ ପୋଲିସ୍‌ ଘଟଣାକୁ ଗୁରୁତ୍ୱର ସହ ନେଉ ନାହିଁ ବୋଲି ପୱନ ଅଭିଯୋଗ କରିଛନ୍ତି । କିନ୍ତୁ ଅଭିଯୋଗ ଆଧାରରେ ଉଭୟ ଶ୍ୱଶୁର ଓ ବୋହୂଙ୍କ ପତ୍ତା ଲଗାଇବା ପାଇଁ ଛାନ୍‌ଭିନ୍‌ ଚାଲିଥିବା ପୋଲିସ୍‌ କହିଛି ।

ସୂଚନାଥାଉ କି, ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ରାଜସ୍ଥାନର ଶିରୋହି ଜିଲ୍ଲାର ୪୦ ବର୍ଷୀୟା ମହିଳା ଜ୍ୱାଇଁ ପ୍ରେମରେ ପଡ଼ି ଉଭୟ ଘରୁ ପଳାଇଥିଲେ । ମହିଳା ଜଣକ ସ୍ୱାମୀଙ୍କୁ ମଦରେ ନିଶା ଦେଇ ଜ୍ୱାଇଁ ସହ ଫେରାର ହୋଇଥିଲେ ।

Share this story

World Odia Language Conferene