ଜାତୀୟ ପର୍ଯ୍ୟଟନ ଉତ୍ସବ: ସବୁଜ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦେଲେ ଆମନ୍ତ୍ରିତ ଅତିଥି
ଓଡ଼ିଆ ଗସିପ୍ ବ୍ୟୁରୋ: ପର୍ଯ୍ୟଟନର ବିକାଶ ହେଲେ ରାଜ୍ୟ ଓ ଦେଶର ବିକାଶ ହେବ । ବିଦେଶୀ ଅତିଥି ଆସିଲେ ବିଦେଶୀ ପୁଞ୍ଜି ବି ଆସିବ । ସ୍ଥାନୀୟ ଅଞ୍ଚଳରେ ରୋଜଗାର ଓ ନିଯୁକ୍ତି ସୃଷ୍ଟି ହେବ । ଏଥିପାଇଁ ପର୍ଯ୍ୟଟ କ୍ଷେତ୍ରର ବିକାଶ କରିବା ଠାରୁ ଆରମ୍ଭ କରି ଭିତ୍ତିଭୂମିର ଉନ୍ନତି, ଅତ୍ୟାଧୁନିକ ସେବା ପ୍ରଦାନ, ସହଜ ଗମନା ଗମନ ଓ ସୁରକ୍ଷାକୁ ଗୁରୁତ୍ୱ ଦେବା ଜରୁରୀ । ଏଥିପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଯେମିତି ଜରୁରୀ ଆନ୍ତରିକତା ମଧ୍ୟ ସେତିକି ଜରୁରୀ । ଏହାକୁ ବାଦ ଦେଲେ ବର୍ତ୍ତମାନ ପର୍ଯ୍ୟଟକଙ୍କ ଆଗ୍ରହକୁ ଦେଖି ଇକୋ ଟୁରିଜିମ୍, ସ୍ପିରୁଚିଆଲ ଟୁରିଜିମ୍ ଓ ଇକୋ ରିଟ୍ରିଟ୍ ପ୍ରତି ଅଧିକ ଧ୍ୟାନ ଦେବା ସହ ନିବେଶ କରିବାର ବେଳ ଆସିଛି । ଏହି ପ୍ରସଙ୍ଗକୁ ନେଇ ଆଜି ଜାତୀୟ ପର୍ଯ୍ୟଟନ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି ।
ଅଧିକ ପଢ଼ନ୍ତୁ: ଏଣିକି ଗାଁରୁ ଗଡ଼ିବ ସରକାରୀ ଗାଡ଼ି, ଓଡିଶା ପହଞ୍ଚିଲା ଲାକ୍ମୀ ବସ୍ , ସୁଦୃଢ଼ ହେବ ଗ୍ରାମ୍ୟ ଅର୍ଥନୀତି
ବ୍ରହ୍ମପୁରଠାରେ ଚାଲିଥିବା ଜାତୀୟ ପର୍ଯ୍ୟଟନ ଉତ୍ସବର ଦ୍ୱିତୀୟ ଦିବସରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପର୍ଯ୍ୟଟନ ଓ ଭ୍ରମଣ ପାଠ୍ୟକ୍ରମ ବିଭାଗ ତରଫରୁ ଜାତୀୟ ପର୍ଯ୍ୟଟନ ପାଠଚକ୍ର ସ୍ଥାନୀୟ ସଂସ୍କୃତି ଭବନଠାରେ ଆୟୋଜିତ ହୋଇଥିଲା । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପାଠଚକ୍ରରେ ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ଅଧକ୍ଷ ଲେନିନ୍ ମହାନ୍ତି ଏବଂ ଆନ୍ଧ୍ର ପ୍ରଦେଶର କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଜିତେନ୍ଦ୍ର ମୋହନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଅଧିକ ପଢ଼ନ୍ତୁ: ଓଏଏସ୍ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି
ଏହି ଅବସରରେ ଅତିଥିମାନେ ଭାରତର ଅଭ୍ୟନ୍ତରଣୀୟ ପର୍ଯ୍ୟଟନ ସ୍ଥଳ ଉପରେ ଆଲୋଚନା କରିଥିଲେ l ଭୁବନେଶ୍ୱର ସ୍ଥିତ IRCTC ର ସାଧାରଣ ପରିଚାଳକ ଡ କ୍ରାନ୍ତି ପି. ସବରକର, IITTM ର ପପ୍ରଫେସର ଡ ଆଦ୍ୟସା ଦାସ, ଭାରତର ବୌଦ୍ଧଧର୍ମ ଗବେଷକ ତଥା ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ଡ କୌଲେସ କୁମାର ଓ ଗଞ୍ଜାମ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତଥା ମହାନଗର ନିଗମର ଡେପୁଟି କମିଶନର ବିନୋଦ କୁମାର ବେହେରା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଭାରତ ତଥା ଓଡିଶାର ପର୍ଯ୍ୟଟନର ବିକାଶ ଦିଗରେ ସରକାରଙ୍କ ପଦକ୍ଷେପ ଓ ସବୁଜ ପର୍ଯ୍ୟଟନ ଉପରେ ଆଲୋଚନା କରିଥିଲେ l
ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍
କାର୍ଯ୍ୟକ୍ରମକୁ ବିଭାଗୀୟ ମୁଖ୍ୟ ରିତୁ ତିୱାରୀ ସଂଯୋଜନା ଓ ପରିଚାଳନା କରିଥିଲେ । ପର୍ଯ୍ୟଟନ ଉତ୍ସବର ସମ୍ପାଦକ ନାରାୟଣ ମାହାଙ୍କୁଡ ଓ କୃଷ୍ଣ ଚନ୍ଦ ନିଶ୍ୱାସ ପ୍ରମୁଖ ମଂଚାସୀନ ଥିଲେ l ବିଭାଗର ଛାତ୍ର ଛାତ୍ରୀଙ୍କ ସମେତ ବ୍ରହ୍ମପୁରର ସମସ୍ତ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l