ଦେଖନ୍ତୁ ଭିଡ଼ିଓ: ହେଲୋ ଡାର୍ଲିଂଗଠୁ ଆରମ୍ଭ କରି ବେଡ଼ ସିନ ଆଉ ବହୁତ କିଛି..., ଏମିତି ଭୁବନେଶ୍ୱର ୧୦୮ ଆମ୍ବୁଲାନ୍ସ ସେବା ମହିଳା କର୍ମଚାରୀଙ୍କୁ ଆସିଲା ଅଶ୍ଳୀଳ କଲ...

nasty talk with customer care executive by some miscreants

ଓଡ଼ିଆ ଗସିପ ବ୍ୟୁରୋ: ହେଲୋ ଡାର୍ଲିଂଗ, ମୋ ପାଖକୁ ଆସ । ଆଇ ଲଭ ୟୁ, ମତେ ସେହି ମାଡାମଙ୍କ ନମ୍ବର ଦିଅ, ଆଉ ବହୁତ କିଛି କଲ ଏବେ ୧୦୮ ଆମ୍ବୁଲାନ୍ସ ସେବା ମହିଳା କର୍ମଚାରୀଙ୍କୁ ଆସିଛି ଯାହା ପୁରା ସିଷ୍ଟମକୁ ହଇରାଣ କରିକି ରଖିଛି । ଖାଲି ଏତିକି ନୁହେଁ ଏହି ସେବା ବାଧାପ୍ରାପ୍ତ ହେଉଥିବାରୁ ଲୋକେ ରୋଗୀ ସେବା ପାଇବାରେ ବଞ୍ଚିତ ହେଉଛନ୍ତି ।

ଆସିଲା ଅଶ୍ଳୀଳ କଲ... ଖାଲି ୧୦୮ ଆମ୍ବୁଲାନ୍ସ ସେବା ନୁହେଁ ବରଂ 104 ସେବା କୁ ମଧ୍ୟ ଏହି ଭଳି କଲ ଆସୁଅଛି ଯାହା ମହିଳା କର୍ମଚାରୀଙ୍କୁ ଭୟଭିତ କିରିଛି । କଣ୍ଟ୍ରୋଲ ରୁମରେ କାର୍ଯ୍ୟରତ ଥିବା ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ପ୍ରେମ ନିବେଦନ କରିଛନ୍ତି ଜଣେ ଯୁବକ ।

ଖାଲି ଏତିକି ନୁହେଁ ବହୁ ଅସାମାଜିକ ବ୍ୟକ୍ତି ମାନେ ପ୍ରେମ ନିବେଦନ, ସେକ୍ସ ପାଇଁ ଦାବି କରିବା ଏବଂ ବହୁତ ଖରାପ ଭାଷାରେ ଗାଳି ଗୁଲଜ କରିବା ଅଡ଼ିଓ ଏବେ ଓଡ଼ିଆ ଗସିପ ହାତ ରେ ଲାଗିଛି ।

ଯାହାକୁ ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ । ଆମେ ଏଠି କହୁଚୁ ଜରୁରୀକାଳୀନ ସେବାକୁ କଲ କରି ଅଶ୍ଳୀଳ ଭାଷାରେ ଗାଳି କରୁଥିବା ଖରାପ ବ୍ୟକ୍ତିଙ୍କ ବିଷୟରେ ।

ସେବା ଯୋଗାଇ ଦେବା ନାଁରେ କଲ କରି ଗାଳି କରୁଛନ୍ତି ଅସାମାଜିକ ବ୍ୟକ୍ତି । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଭୁବନେଶ୍ବର ୧୦୮ ଏବଂ ୧୦୪ କଲ ସେଣ୍ଟରରୁ । ସେଠାରେ ମହିଳା କର୍ମଚାରୀଙ୍କୁ ଏପରି କଲ ଆସୁଥିବା ଅଭିଯୋଗ ହୋଇଛି ।

ଏହି ଲିଙ୍କ କ୍ଲିକ କରି ଅଧିକ ପଢନ୍ତୁ : ଶୁଣନ୍ତୁ Exclusive ଅଡ଼ିଓ: ଭୁବନେଶ୍ୱର ପୋଲିସ କଣ୍ଟ୍ରୋଲ ରୁମରେ କାର୍ଯ୍ୟରତ ମହିଳା ପୋଲିସ କର୍ମଚାରୀଙ୍କୁ ପ୍ରେମ ନିବେଦନ କଲେ ଯୁବକ, କହିଲେ ମୁଁ ତୁମ ସହ...

ଗତ କିଛିଦିନ ହେବ କିଛି ନମ୍ବରରୁ କଲ ସେଣ୍ଟରକୁ ଫୋନ କଲ କରି କର୍ମଚାର ଙ୍କୁ ଏଣୁ ତେଣୁ ଗାଳି କରିବା ଅଶ୍ଳୀଳ ଭାଷା ପ୍ରୟୋଗ କରୁଛନ୍ତି ।

ଏଇତିକି କି କିଛି ବ୍ୟକ୍ତି ନିଜ ଛୋଟ ଛୁଆକୁ ଫୋନରେ ବ୍ୟସ୍ତ ରଖିବାକୁ ମଧ୍ୟ କଲ ସେଣ୍ଟରକୁ ଫୋନ କରି ସମୟ ନଷ୍ଟ କରୁଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ଏହି ବ୍ୟକ୍ତିଙ୍କ ଫୋନ ନମ୍ବର ଟ୍ରେସ କରି ସେମାନଙ୍କୁ ପାନେ ଦେବା ପାଇଁ ତନାଘନା ଆରମ୍ଭ କରିଛି ।

Share this story