ଶୁଣନ୍ତୁ Exclusive ଅଡ଼ିଓ: ଭୁବନେଶ୍ୱର ପୋଲିସ କଣ୍ଟ୍ରୋଲ ରୁମରେ କାର୍ଯ୍ୟରତ ମହିଳା ପୋଲିସ କର୍ମଚାରୀଙ୍କୁ ପ୍ରେମ ନିବେଦନ କଲେ ଯୁବକ, କହିଲେ ମୁଁ ତୁମ ସହ...

miscreants makes fake and obscene calls to police control room women staff

ଓଡ଼ିଆ ଗସିପ ବ୍ୟୁରୋ: ପୋଲିସ କଣ୍ଟ୍ରୋଲ ରୁମରେ କାର୍ଯ୍ୟରତ ଥିବା ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ପ୍ରେମ ନିବେଦନ କରିଛନ୍ତି ଜଣେ ଯୁବକ । ଖାଲି ଏତିକି ନୁହେଁ ବହୁ ଅସାମାଜିକ ବ୍ୟକ୍ତି ମାନେ ପ୍ରେମ ନିବେଦନ, ସେକ୍ସ ପାଇଁ ଦାବି କରିବା ଏବଂ ବହୁତ ଖରାପ ଭାଷାରେ ଗାଳି ଗୁଲଜ କରିବା ଅଡ଼ିଓ ଏବେ ଓଡ଼ିଆ ଗସିପ ହାତ ରେ ଲାଗିଛି ।

ଯାହାକୁ ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ । ଆମେ ଏଠି କହୁଚୁ ଜରୁରୀକାଳୀନ ସେବାକୁ କଲ କରି ଅଶ୍ଳୀଳ ଭାଷାରେ ଗାଳି କରୁଥିବା ଖରାପ ବ୍ୟକ୍ତିଙ୍କ ବିଷୟରେ ।

ସେବା ଯୋଗାଇ ଦେବା ନାଁରେ କଲ କରି ଗାଳି କରୁଛନ୍ତି ଅସାମାଜିକ ବ୍ୟକ୍ତି । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଭୁବନେଶ୍ବର ୧୦୮ ଏବଂ ୧୦୪ କଲ ସେଣ୍ଟରରୁ । ସେଠାରେ ମହିଳା ପୋଲିସ କର୍ମଚାରୀଙ୍କୁ ଏପରି କଲ ଆସୁଥିବା ଅଭିଯୋଗ ହୋଇଛି ।

ଗତ କିଛିଦିନ ହେବ କିଛି ନମ୍ବରରୁ କଲ ସେଣ୍ଟରକୁ ଫୋନ କଲ କରି କର୍ମଚାର ଙ୍କୁ ଏଣୁ ତେଣୁ ଗାଳି କରିବା ଅଶ୍ଳୀଳ ଭାଷା ପ୍ରୟୋଗ କରୁଛନ୍ତି ।

ଏହି ଲିଙ୍କ କ୍ଲିକ କରି ଅଧିକ ପଢ଼ନ୍ତୁ : ଏମିତି ବି ମୃତ୍ୟୁ ଆସେ: ବଲ୍ ଭାବି ବୋମା ସହ ଖେଳୁଥିବା ବେଳେ ୮ ବର୍ଷର କୁନି ଝିଅର ମୃତ୍ୟୁ

ଏଇତିକି କି କିଛି ବ୍ୟକ୍ତି ନିଜ ଛୋଟ ଛୁଆକୁ ଫୋନରେ ବ୍ୟସ୍ତ ରଖିବାକୁ ମଧ୍ୟ କଲ ସେଣ୍ଟରକୁ ଫୋନ କରି ସମୟ ନଷ୍ଟ କରୁଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ଏହି ବ୍ୟକ୍ତିଙ୍କ ଫୋନ ନମ୍ବର ଟ୍ରେସ କରି ସେମାନଙ୍କୁ ପାନେ ଦେବା ପାଇଁ ତନାଘନା ଆରମ୍ଭ କରିଛି ।

Share this story