ଏମିତି ବି ମୃତ୍ୟୁ ଆସେ: ବଲ୍ ଭାବି ବୋମା ସହ ଖେଳୁଥିବା ବେଳେ ୮ ବର୍ଷର କୁନି ଝିଅର ମୃତ୍ୟୁ

8 year old mistakes bomb for ball dies in explosion in West Bengal

ଓଡ଼ିଆ ଗସିପ ବ୍ୟୁରୋ: ବେଳେ ଆମ ଚତୁର୍ପାଶ୍ୱ ରେ ଏମିତି କିଛି ଘଟଣା ଘଟେ ଯାହା ସହଜରେ ଗ୍ରହଣ କରି ହୁଏ ନାହିଁ । ଏମିତି ଏକ ଛାତିଥରା ଘଟଣା ଘଟିଛି ଯାହା କୁ ଭାବିଲେ ତୁମ ନିଦ ହଜିଯିବ । ବଲ୍ ଭାବି ବୋମା ସହ ଖେଳୁଥିବା ବେଳେ ୮ ବର୍ଷର କୁନି ଝିଅର ମୃତ୍ୟୁ ଘଟିଛି ।

ହଁ ଆଜ୍ଞା ଏହି ଘଟଣା ଘଟିଛି ପଶ୍ଚିମ ବଙ୍ଗର ଉତ୍ତର ୨୪ ପରଗଣାରେ । ବସିର୍ ହାଟ ଜିଲ୍ଲା ସ୍ଥିତ ମୀନଖା ଥାନା ଅନ୍ତର୍ଗତ ଚପାଲି ଗ୍ରାମରେ ଟିଏମସି ଦଳ ନେତା ଅବୁଲ୍ ହୁସେନ ଗାୟେନଙ୍କ ଘରେ କିଛି ବନ୍ଧୁ ବାନ୍ଧବ ଆସିଥିଲେ ।

ତାହା ମଧ୍ୟରୁ ଏକ ୮ ବର୍ଷ କୁନି ଝିଅ ଝୁମା ଖାତୁନ ଘର ପାଖରେ ଥିବା ବୋମାଟିକୁ ବଲ୍ ଭାବି ନେଇ ଖେଳୁଥିବା ବେଳେ ବୋମାଟି ବିସ୍ଫୋରଣ ହୋଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ କୁନି ଝିଅର ମୃତ୍ୟୁ ଘଟିଛି ।

ଏହି ଲିଙ୍କ କ୍ଲିକ କରି ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ: ବାଇକ୍ ଷ୍ଟଣ୍ଟ କରିବା ପଡିଲା ମହଙ୍ଗା! କାର ସହ ମୁହାଁମୁହିଁ ଧକ୍କା ହେବାର ଭିଡ଼ିଓ ଭାଇରାଲ…

ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ TMC ଦଳର ନେତାକୁ ଗିରଫ କରିଛି । କୁନି ଝିଅର ବୋମା ବିସ୍ଫୋଣରେ ମୃତ୍ୟୁକୁ ନେଇ ସାରା ଗ୍ରାମରେ ଶୋକର ଛାୟା  ଖେଳିଯାଇଛି ।

Share this story