ଦେଖନ୍ତୁ ଭିଡ଼ିଓ: ବାଇକ୍ ଷ୍ଟଣ୍ଟ କରିବା ପଡିଲା ମହଙ୍ଗା! କାର ସହ ମୁହାଁମୁହିଁ ଧକ୍କା ହେବାର ଭିଡ଼ିଓ ଭାଇରାଲ…

bike stunt by biker proves fatal video goes viral in social media

ଓଡ଼ିଆ ଗସିପ ବ୍ୟୁରୋ: ବାଇକ୍ ଗୁଡିକୁ ଦ୍ରୁତ ଗତିରେ ଚଳାଇବା ଏବଂ ଏହା ଉପରେ ବସି ବିଭିନ୍ନ ପ୍ରକାର ଷ୍ଟଣ୍ଟ କରିବା ଯୁବପିଢ଼ିଙ୍କୁ ଭିତରେ ଏକପ୍ରକାରର ଟ୍ରେଣ୍ଡ ପାଲଟି ଯାଇଛି । ଏଭଳି ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଘୁରି ବୁଲିଥାଏ ।

ତେବେ, ଷ୍ଟଣ୍ଟ କରିବା ସମୟରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବା ମଧ୍ୟ କିଛି ନୂଆ କଥା ନୁହେଁ । ଏଭଳି ଦୁର୍ଘଟଣାରେ ଅନେକ ବାଇକ୍ ଚାଳକ ନିଜର ଜୀବନ ହରାଇଥାନ୍ତି । ଏବେ ସୋସିଆଲ ମିଡିଆରେ ଏହିଭଳି ଆଉ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡ଼ିଓରେ ଜଣେ ବ୍ୟକ୍ତି ଏକ ସ୍ପୋର୍ଟସ୍ ବାଇକ୍ ଧରି ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳୁଛି । ସେ ନିଜ ଗାଡିର ଆଗ ଚକା ଉପରକୁ ଉଠାଇ ଷ୍ଟଣ୍ଟ କରୁଥିବା ବେଳେ ଭାରସାମ୍ୟ ହରାଇ ସାମ୍ନାରୁ ଆସୁଥିବା ଏକ କାର ସହିତ ଧକ୍କା ହୋଇଥିଲେ ।

ଏହି ଦୁର୍ଘଟଣାରେ ବାଇକଟି ଭାଙ୍ଗିରୁଜି ଯାଇଥିବା ସ୍ପଷ୍ଟ ଭାବରେ ଦେଖାଯାଉଥିବା ବେଳେ ଗାଡି ଚାଳକଙ୍କ ଅବସ୍ଥା ନେଇ କୌଣସି ସୂଚନା ମିଳି ପାରିନାହିଁ ।

ଦେଖନ୍ତୁ ଭିଡ଼ିଓ:-

 

ସେପଟେ ଭିଡ଼ିଓଟିକୁ 7ncivites ନାମକ ଏକ ଇନ୍ସଟାଗ୍ରାମ ପେଜ୍ ଦ୍ୱାରା ସେୟାର କରାଯାଇଥିଲା । ଭିଡ଼ିଓଟିକୁ ଦେଖିବା ପରେ ବେପରୁଆ ଗାଡି ଚଳାଉଥିବା ହେତୁ ଲୋକେ ବାଇକ୍ ଚାଳକକୁ ସମାଲୋଚନା କରିଛନ୍ତି ।

Share this story