ସ୍କୁଟିକୁ ପଛପଟୁ ଧକ୍କା ଦେଲା ହାଇଓ୍ୱା; ଶାଶୁ ମୃତ, ବୋହୂ ଗୁରୁତର

mother in law died after a truck dashed their scooty

ଓଡ଼ିଆ ଗସିପ ବ୍ୟୁରୋ: ସ୍କୁଟିକୁ ପଛପଟୁ ଧକ୍କା ଦେଲା ହାଇଓ୍ୱା । ଦୁର୍ଘଟଣାରେ ସ୍କୁଟିରେ ବସିଥିବା ଶାଶୁ ମୃତ୍ୟୁବରଣ କରିଥିବା ବେଳେ ବୋହୂ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟିଛି ଯାଜପୁର ବିଞ୍ଝାରପୁର ଥାନା ମଇଁନ୍ଦା ପେଟ୍ରୋଲ ପମ୍ପ ନିକଟରେ ।

ମୃତ ମହିଳା ଜଣକ ହେଲେ ଚନ୍ଦ୍ରମୁଁ ପଂଚାୟତ ବାଣପୁର ଗ୍ରାମର ସ୍ଵର୍ଣ୍ଣଳତା ରାଉତ । ସ୍ୱର୍ଣ୍ଣଲତା ତାଙ୍କ ବୋହୁ ସହ ସ୍କୁଟିରେ ଆସୁଥିବା ସମୟରେ ପଛପଟୁ ହାଇୱା ଧକ୍କା ଦେଇଥିଲା ।

ଫଳରେ ଘଟଣା ସ୍ଥଳରେ ଶାଶୁ ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁ ହୋଇଥିବା ବେଳେ ବୋହୁ ଗୁରୁତର ଆହତ ହୋଇଥିଲେ । ଗୁରୁତର ବୋହୂଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ : ବରଯାତ୍ରୀଙ୍କ ଉପରେ ଚଢିଗଲା ବର ବସିଥିବା କାର; ଜଣେ ମୃତ, ୯ ଆହତ

ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରାଯାଇଛି । ବିଞ୍ଝାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ହାଇଓ୍ୱାକୁ ଜବତ କରି ଚାଳକକୁ ଅଟକ ରଖିଛି ।

ଘଟଣା ସ୍ଥଳରେ ବିଞ୍ଝାରପୁର ପୋଲିସ ପଂହଁଚି ବୁଝାସୁଝା କରୁଛି । ହେଲେ ଉତ୍ୟକ୍ତ ଲୋକ ରାସ୍ତାରୁ ଉଠିନଥିଲେ ଆଉ ସେମାନଙ୍କର ଗୋଟେ ହିଁ ଜିଦ ଥିଲା ଯେ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ନ ଦେବା ପର୍ଯ୍ୟନ୍ତ ସେମାନେ ରାସ୍ତାରୋକ ଜାରି ରଖିବେ ବୋଲି ।

Share this story