ବରଯାତ୍ରୀଙ୍କ ଉପରେ ଚଢିଗଲା ବର ବସିଥିବା କାର; ଜଣେ ମୃତ, ୯ ଆହତ

car rammed over people in marriage procession

ଓଡ଼ିଆ ଗସିପ ବ୍ୟୁରୋ: ବରଯାତ୍ରୀ ଯାଉଥିବା ସମୟରେ ଘଟିଯାଇଛି ଏକ ବଡ ଅଘଟଣ । ଲୋକଙ୍କ ଉପରେ ଚଢିଗଲା ବର ବସିଥିବା କାର । ଖପ୍ରାଖୋଲ ଥାନା ବାଘଝରଣ ଗାଁରେ ଗତକାଲି ରାତିରେ ଘଟିଛି ଏହି ଘଟଣା ।

ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ପ୍ରାୟ ୯ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଚିତ୍କାର ଶବ୍ଦରେ ଥରି ଉଠିଥିଲା ପୁରା ଅଂଚଳ ।

ବର ଘରୁ ବାହାରି ବାଜା ବାଣ କରି ଯିବା ପୂର୍ବରୁ ଗ୍ରାମ ଭିତରେ ଲୋକଙ୍କୁ ମାଡି ଗଲା ବରକୁ ନେଇ ଯିବାକୁ ଥିବା କାର । ଅନ୍ୟପଟର ଡ୍ରାଇଭରକୁ ଅଟକ ରଖି ଅଧିକ ପଚରା ଉଚରା କରୁଛି ଖପ୍ରାଖୋଲ ପୋଲିସ ।

ଆହୁରି ପଢ଼ନ୍ତୁ : ହଠାତ ସାମ୍ନାକୁ ଆସିଲା ଦୁଃଖଦ ଖବର; ମିଳିଲେନି ଡୋନର, ବିପଦରେ ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା!

ସୂଚନା ଅନୁସାରେ, ଗତକାଲି କନ୍ୟାଘରକୁ ବରଯାତ୍ରୀଙ୍କୁ ନେଇ ବାହାରିଥିଲା ବର । ଡିଜେର ତାଳେ ତାଳେ ନାଚୁଥିଲେ ବରଯାତ୍ରୀ । ଠିକ ଏହି ସମୟରେ ବରଯାତ୍ରୀଙ୍କ ଉପରେ ଦ୍ରୁତଗତିରେ ଆସି ମାଡିଯାଇଥିଲା ବରଗାଡ଼ି ।

ଦୁର୍ଘଟଣାରେ ଛିଟିକି ହୋଇ ପଡିଲେ ଯାତ୍ରୀ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡ଼ି ଜବତ କରିଛି ।

Share this story