ଅଚାନକ୍ ବର୍ଷା ସହ ହେଲା ବଜ୍ରଘାତ, ଅକାଳରେ ଚାଲିଗଲା ମା-ପୁଅଙ୍କ ଜୀବନ
 

Mother and son die due to lightning strike in Odishas Kendrapara
ବଜ୍ରଘାତରେ ଚାଲିଗଲା ମା-ପୁଅଙ୍କ ଜୀବନ
 

ଓଡ଼ିଆ ଗସିପ୍ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ ଜହ୍ନିମୂଳ ଗାଁରେ ଘଟିଛି ଅଭାବନୀୟ ଘଟଣା। ବଜ୍ରାଘାତରେ ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଛି। 

ବିଲରେ କାମ ସାରି ଘରକୁ ଫେରୁଥିବା ବେଳେ ଅଚାନକ ବର୍ଷା ସହ ବଜ୍ରଘାତ ହେବାରୁ ମାଆ-ପୁଅଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ମିଳିଥିବା ସୂଚନାମୁତାବକ ଜହ୍ନିମୂଳ ଗାଁର ୱାର୍ଡ ମେମ୍ବର ରବୀନ୍ଦ୍ର ବାରିକ ଓ ତାଙ୍କ ମା ଶଶିଲେଖା ବାରିକ ଚାଷ ଜମିକୁ ମୁଗ ଉପାଡ଼ିବାକୁ ଯାଇଥିଲେ । 

ଅଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ଡାଇସେଟିସ୍ ? ଏସବୁ ଲକ୍ଷଣରୁ ଜାଣି ହୋଇଯାଆନ୍ତୁ ସତର୍କ! ନଚେତ୍...ଭୋଗିବେ

ମୁଗ ଉପାଡୁଥିବା ବେଳେ ଅପରାହ୍ନ ପ୍ରାୟ ୫ଟାରେ ହଠାତ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ମେଘକୁ ଦେଖି ମା-ପୁଅ ଘରକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା। ଯେଉଁଥିରେ ମା-ପୁଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ଅଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!

 

Share this story