ଫୁଲ୍ ମୁଡରେ ଅଛି ମୌସୁମୀ; ପାଗକୁ ସୁହାଉଛି ଲଘୁଚାପ, ଛେଚିବ କାଚିବ ବର୍ଷା
ଓଡ଼ିଆ ଗସିପ୍ ବ୍ୟୁରୋ: ଦୀର୍ଘ ତିନି ମାସରୁ ଅଧିକ ସମୟ ଧରି ତତଲା କଢ଼େଇରେ ସିଝି ସନ୍ତୁଳି ଜୀବନକୁ ଦୁର୍ବିସହ ମନେ କରୁଥିବା ଓଡ଼ିଶାବାସୀ ଏବେ ମୌସୁମୀକୁ ଅନୁଭବ କରୁଛନ୍ତି । ବିଳମ୍ବରେ ଆସିଥିଲେ ମଧ୍ୟ ମୌସୁମୀର ଆଗମନରେ ଉଲ୍ଲସିତ ଓଡ଼ିଶାବାସୀ ।
ଏବେ ସାରା ଓଡ଼ିଶାରେ ମୌସୁମୀର ପ୍ରଭାବ ବିସ୍ତାର ହୋଇଥିବା ବେଳେ ନିଆରା ଅନୁଭବ କରୁଛନ୍ତି ଲୋକେ । ସକାଳ ହେଉ କି ସଞ୍ଜ ରାତି ଅଧ ହେଉ କି ପାହାନ୍ତ । ଝିପି ଝିପି ବର୍ଷାରେ ଶୀତଳତା ଅନୁଭବ କରୁଛନ୍ତି ରାଜ୍ୟବାସୀ । ଏହି ମୌସୁମୀ ବର୍ଷାକୁ ଦ୍ୱିଗୁଣିତ କରୁଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବ ସାରା ଓଡ଼ିଶାରେ ଦେଖିବାକୁ ମିଳିଛି । ରାଜ୍ୟରେ ସକ୍ରିୟ ଲଘୁଚାପ କ୍ଷେତ୍ର ପ୍ରଭାବ ଯୋଗୁଁ ଅଧିକାଂଶ ସ୍ଥାନରେ ଲାଗିରହିଛି ବର୍ଷା । କେଉଁଠି କମ୍ ତ ପୁଣି କେଉଁଠି ଅଧିକ ହେଉଛି ବର୍ଷ। ।
ଅଧିକ ପଢ଼ନ୍ତୁ : ବନ୍ଦ ହେବ ଦର୍ଶକଙ୍କୁ ହସି ହସି ବେଦମ୍ କରାଉଥିବା ‘କପିଲ ଶର୍ମା ଶୋ’!
ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଏବେ ଲଘୁଚାପ ଜନିତ ବର୍ଷାର ପରିମାଣ ଟିକେ ଅଧିକ ରହିଛି । ସେପଟେ ପ୍ରତି ଘଣ୍ଟାରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରେନ୍ ଆଲର୍ଟ ଜାରି କରି ଚାଷୀ, ମତ୍ସ୍ୟଜୀବୀ ଓ ଜନହିତରେ ସୂଚନା ପ୍ରଦାନ କରୁଛନ୍ତି ।
ପାଣିପାଗ କେନ୍ଦ୍ରର ସଦ୍ୟତମ ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର, ବରଗଡ, ସୋନପୁର, ବୌଦ୍ଧ, ଏବଂ ସମ୍ବଲପୁର ଜିଲ୍ଲାର କିଛି ଇଛି ଅଂଚଳରେ ଅତି ପ୍ରବଳ ବର୍ଷ ( ୭ ରୁ ୨୦ ସେମି ) ତଥା ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ହେତୁ ଅରେଞ୍ଜ ଚେତାବନୀ ଜାରି କରାଯାଇଛି ।
ସେପଟେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଗତ ୨୪ ଘଣ୍ଟା ରେ ରାଜ୍ୟରେ ୨୭.୩ ମିମି ବର୍ଷା ରେକର୍ଡ କରାଯାଇଛି । ଏହା ସ୍ୱାଭାବିକ ବର୍ଷା ୯ମିମି ତୁଳନାରେ ୨୦୫% ଅଧିକ ସେହିପରି ଦେବଗଡ ଜିଲ୍ଲାରେ ସର୍ବାଧିକ ବର୍ଷା ୧୦୬.୩ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୭ମିମି ତୁଳନାରେ ୧୪୧୯% ଅଧିକ ରହିଛି ।