ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ମୋ ବସ୍‌, ୧୬ ଯାତ୍ରୀ ଆହତ, ଗୁରୁତରଙ୍କୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତରିତ
 

Mo bus face accident in pitapalli khordha Many injured
ନାଳକୁ ଖସିଲା ମୋ-ବସ୍‌,୬ ଜଣ ଗୁରୁତର
 

ଓଡ଼ିଆ ଗସିପ୍ ବ୍ୟୁରୋ: ‘ମୋ ବସ୍‌’ ସେବାରେ ପୁଣି ତ୍ରୁଟି, ଖୋର୍ଦ୍ଧା ଭୁବନେଶ୍ବର ରାସ୍ତା ପିତାପଲ୍ଲୀ ଛକରେ ନିୟନ୍ତ୍ରଣ ହରାଇ ଡ୍ରେନକୁ ଖସିଲା ମୋ-ବସ୍। ଡ୍ରାଇଭରଙ୍କ ଅବହେଳା କାରଣରୁ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଧୀନ ପିତାପଲ୍ଲୀ ଛକ ନିକଟରେ ଶନିବାର ଅପରାହ୍‌ଣ ପ୍ରାୟ ସାଢ଼େ ୧ଟାରେ ମୋ ବସ୍‌ ନାଳକୁ ଖସିପଡ଼ିଛି। 

ଆଧିକ ପଢନ୍ତୁ : ହାର୍ଟଆଟାକ୍ ଆସିବା ପୂର୍ବରୁ ଶରୀରରେ ଦେଖାଦିଏ ଏହିସବୁ ଲକ୍ଷଣ, ଅଣଦେଖା କଲେ ଚାଲିଯିବ ଜୀବନ

ମିଳିଥିବା ସୂଚନା ମୁତାବକ, ମୋ ବସଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରୁଥିଲା। ଏଥିରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ସାମ୍ନାପାଟରୁ ଏକ ଅଟୋ ଅଚାନକ ଆସିଯିବାରୁ ବସ୍‌ଟି ଭାରସାମ୍ୟ ହରାଇ ପିତାପଲ୍ଲୀ ନିକଟରେ ନାଳକୁ ଖସିପଡ଼ିଥିଲା। 

ଏଠାରେ କ୍ଲିକ୍ କରି ଦେଖନ୍ତୁ ଭିଡିଓ :- 

ଆହତ ହୋଇଥିବା ୧୬ ଜଣ ଯାତ୍ରୀଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱରସ୍ଥିତ ରାଜଧାନୀ ଚିକିତ୍ସାଳୟ ଓ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତରିତ କରାଯାଇଛି। 

ଆଧିକ ପଢନ୍ତୁ : ଏହି ୫ଟି ଅଭ୍ୟାସ ବ୍ରେନ୍ ଷ୍ଟ୍ରୋ୍‌କ ହେବାର ଆଶଙ୍କାକୁ ବୃଦ୍ଧି କରି ଥାଏ, ଜାଣନ୍ତୁ ସେହି ଅଭ୍ୟାସ ବିଷୟରେ 
 

Share this story