ଗ୍ୟାସ ସିଲିଣ୍ଡର ହେଲା କାଳ! ପରିବାରର ୪ଜଣଙ୍କୁ ହରାଇ ନାବାଳକ ନିଜେ ବି ଜୀବନ ହାରିଲା
 

Minor Ends Life After 4 Members Of Family Killed In Gas Cylinder Explosion In Balangir
ଗ୍ୟାସ ସିଲିଣ୍ଡର ଫାଟି ମା'ର ମୃତ୍ୟୁ ଶୁଣି ଜୀବନ ହାରିଲା ପୁଅ
 

ଓଡ଼ିଆ ଗସିପ୍ ବ୍ୟୁରୋ:  ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକର କନୁଟ ଉପରପଡ଼ାରେ ଗତ ୧୦ ତାରିଖ ଦିନ ଭୟାଵହ ଘଟଣା ଘଟିଥିଲା। ପରିବାରର ସମସ୍ତେ ବସି ଟିଭି ଦେଖୁଥିଲେ । ଆଉ ସେତିକି ବେଳେ ଫାଟିଥିଲା ଗ୍ୟାସ ସିଲିଣ୍ଡର। ଏହି ଘଟଣାରେ ୬ ଜଣ ଆହତ ହେଇଥିଲେ। ଅଦାବରିଆ ପରିବାରର ପାଞ୍ଚଜଣ ସଦସ୍ୟ ଆହତ ହେଇଥିଲା ବେଳେ ପଡ଼ୋଶୀ ମାଳତୀ ମହାଖୁଡ ନିଆଁରେ ପୋଡ଼ି ଯାଇଥିଲେ। 

ଅଧିକ ପଢନ୍ତୁ :ଗଜଲକ୍ଷ୍ମୀ ରାଜଯୋଗ, ଆସୁଛି ଭଲ ସମୟ, ଏହି ୩ ରାଶି ହେବେ ମାଲେମାଲ୍

ଉତ୍ତମ ଚିକିତ୍ସା ସକାଶେ ସେମାନଙ୍କୁ ରାଉରକେଲାର ଏକ ଘରୋଇ ଚିକିତ୍ସାଳୟରେ ତାଙ୍କୁ ଚିକିତ୍ସା କରା ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ  ମାଳତୀ ମହାଖୁଡ, ଭାନୁମତୀ ଅଦାବରିଆ, ମହେଶ୍ୱର ଅଦାବରିଆ, ଭୈରବୀ ଅଦାବରିଆ ଙ୍କ ମୃତ୍ୟୁ ହେଇଥିଲା। ଗୁରୁତର ହୋଇଥିବା ୬ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାରେ ଗୋଟିଏ ପରିବାରର ୫ଜଣ ମହିଳା ଓ ଜଣେ ପୁରୁଷ ଜଳିଯାଇଥିଲେ। ଯାହାଫଳରେ ସମସ୍ତେ ଗୁରୁତର ହୋଇପଡ଼ିଥିଲେ। 

ଅଧିକ ପଢନ୍ତୁ :କନ୍ୟା ରାଶିରେ ବର୍ଷେ ରହିବେ କେତୁ ଫଳରେ ଏହି ୩ ରାଶି ହେବେ ମାଲାମାଲ  

ତେବେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ଜଣେ ଓ ଗତକାଲି ଜଣ ଜଣ କରି ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ଜଣାପଡିବା ପରେ ପରିବାରର ଜଣେ ୧୯ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଛନ୍ତି । ସୂଚନାନୁସାରେ, ଗତକାଲି ମୃତକଙ୍କ ମଧ୍ୟରେ ଆତ୍ମହତ୍ୟା କରିଥିବା ଯୁବକଙ୍କ ମା ରହିଥିଲେ । ତେବେ ମା ର ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରି ନଥିଲେ ଯୁବକ । 

ରାଉରକେଲାରୁ ମା ର ମୃତଦେହ ଫେରିନଥିବା ବେଳେ ମାକୁ ଝୁରି ଝୁରି ଆତ୍ମହତ୍ୟା କରିଛନ୍ତି ଯୁବକ । ନିଜ ମା ଙ୍କ ଲୁଗାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଏହି ଖବର ପ୍ରଘଟ ପରେ ସମୂର୍ଣ୍ଣ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। 

ଅଧିକ ପଢନ୍ତୁ :ମାନସିକ ଆଳସ୍ୟ ଅନୁଭବ କରିବା ସହ ଶାରୀରିକ ଅସୁସ୍ଥତା ଦେଖାଦେବ! ପଢନ୍ତୁ ଆଜିର ରାଶିଫଳ 
 

Share this story