ରାଜ୍ୟ ପଣ୍ୟଗାର ନିଗମ ଅଧ୍ୟକ୍ଷା ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟ ପଣ୍ୟଗାର ନିଗମ ଅଧ୍ୟକ୍ଷା ଭାବେ ନିଯୁକ୍ତ ହେଲେ ମଞ୍ଜୁଶ୍ରୀ ବଢ଼େଇ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦବୀ ପାଇଁ ମଞ୍ଜୁଶ୍ରୀଙ୍କ ନାମ ଘୋଷଣା କରିଛନ୍ତି। ପଣ୍ୟଗାର ନିଗମର ପୂର୍ବତନ ଅଧ୍ୟକ୍ଷ ମହେନ୍ଦ୍ର ବଢ଼େଇଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲି ପଡିଥିଲା।
ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ
ଆଜି ଏହି ପଦବୀ ପାଇଁ ମହେନ୍ଦ୍ରଙ୍କ ପତ୍ନୀ ମଞ୍ଜୁଶ୍ରୀଙ୍କୁ ଏହି ଗୁରୁ ଦାୱିତ୍ବ ମିଳିଛି। ଏହା ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ କୃତଜ୍ଞତା ଜଣାଇଛନ୍ତି ମଞ୍ଜୁଶ୍ରୀ।
ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ...
ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ନେଇ ମୋର ସ୍ୱାମୀ ଯେଉଁଭଳି କାର୍ଯ୍ୟ କରୁଥିଲେ ତାଙ୍କ ଆଦର୍ଶକୁ ନେଇ ନିଗମ କିଭଳି ଆଗକୁ ଯିବ ସେହି ଉପରେ ଫୋକସ କରିବେ ବୋଲି ମଞ୍ଜୁଶ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ