ରାଜ୍ୟ ସରକାରଙ୍କ ନୂଆ ନିୟମ, ଘଣ୍ଟି ବାଜିଲେ, ପାଣି ପିଇବେ ପିଲା
 

Mandatory For Schools To Give 3 Water Breaks in Odisha
ଘଣ୍ଟି ବାଜିଲେ, ପାଣି ପିଇବେ ପିଲା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଘଣ୍ଟି ବାଜିଲା, ପାଣି ପିଅ’। ଏଣିକି ସ୍କୁଲ ସମୟରେ ୩ ଥର ହେବ ଜଳପାନ ବିରତି। ଏଥିପାଇଁ ୩ ଥର ଘଣ୍ଟି ବଜାଇବାକୁ ମିଳିଛି ନିର୍ଦ୍ଦେଶ। ସ୍କୁଲରେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ବାଜିବ ଘଣ୍ଟି ଜଳ ବିରତି ଘଣ୍ଟି ବଜାଇବା ନେଇ ଗଣଶିକ୍ଷା ବିଭାଗର ନିଷ୍ପତ୍ତି । ଏଥିପାଇଁ ସବୁ DEOଙ୍କୁ ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ଚିଠି।

ଆଧିକ ପଢନ୍ତୁ :ଏଭଳି ନୀଳ ଶିରା ଗୋଡରେ କାହିଁକି ଦେଖାଯାଏ ? ହୋଇପାରେ ଏହି ଗମ୍ଭୀର ରୋଗର ଲକ୍ଷଣ

ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟି ବାଜିବ । ସକାଳ ୮ଟା.୩୦, ୧୦ଟା ଏବଂ ୧୧ଟାରେ ବାଜିବ ଜଳପାନ ଘଣ୍ଟି । ଜଶ ବିରତି ଘଣ୍ଟି ବାଜିଲେ କ୍ଲାସରେ ଥିବା ପିଲା ପାଣି ପିଇବେ । ଅଂଶୁଘାତ ଓ ଶରୀରରୁ ଜଳୀୟ ଅଂଶ ହ୍ରାସ ରୋକିବାକୁ ପଦକ୍ଷେପ । ପିଲାଙ୍କୁ ପାଣି ପିଇବା ଲାଗି ମନେ ପକାଇବାକୁ ଏଭଳି ବ୍ୟବସ୍ଥା କରାଯାଇଛି।

ଆଧିକ ପଢନ୍ତୁ : ଜଣେ ବୟସ୍କ ବ୍ୟକ୍ତି କମ୍ ବୟସର ଝିଅକୁ ବାହା ହେଲେ କଣ ହେବ ? ଜାଣନ୍ତୁ ଚାଣକ୍ୟ ନୀତି କଣ କହୁଛି...
 

Share this story