ମହାନଦୀକୁ ଡେଇଁ ଯୁବକ ନିଖୋଜ ! ଚପଲ ଓ ସ୍କୁଟି ରଖି ହଠାତ୍‌ ବ୍ରିଜରୁ ଡେଇଁପଡ଼ିଲେ

Man goes missing after jumping into Mahanadi river in Chaurpur bridge Sambalpur
ମହାନଦୀକୁ ଡେଇଁ ଯୁବକ ନିଖୋଜ !

ଓଡ଼ିଆ ଗସିପ୍ ବ୍ୟୁରୋ: ସମ୍ବଲପୁରର ଚାଉଁରପୁର ବ୍ରିଜ ଉପରୁ ଜଣେ ବ୍ୟକ୍ତି ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ଆଜି ସକାଳେ ଯୁବକ ଜଣକ ଏକ ସ୍କୁଟି ଧରି ବ୍ରିଜ ଉପରକୁ ଯାଇଥିଲେ। ସେଠାରେ ସେ କାହା ସହ ଫୋନରେ କଥା ହୋଇଥିଲେ। ଏହାପରେ ଚପଲ ଓ ସ୍କୁଟି ରଖି ହଠାତ୍‌ ବ୍ରିଜ ଉପରୁ ଡେଇଁ ପଡ଼ିଥିଲେ।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ଘଟଣା ସମୟରେ ବହୁ ଲୋକ ମର୍ଣ୍ଣିଂ ୱାକ କରୁଥିଲେ। ସେମାନେ ଏହାଦେଖି ଉକ୍ତ ବ୍ୟକ୍ତିଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ତେବେ କେଉଁ କାରଣରୁ ଯୁବକ ଜଣକ ନଦୀକୁ ଡେଇଁଛନ୍ତି ତାହା ଜଣାପଡ଼ିନାହିଁ । ଖବର ପାଇ ବ୍ରିଜ୍ ଅଗ୍ନିଶମବାହିନୀର ଟିମ୍ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଖୋଜାଖୋଜି ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

ପୋଲ ଉପରେ ତାଙ୍କ ସ୍କୁଟି, ଚପଲ ଓ ମୋବାଇଲ ଫୋନ ମିଳିଛି ।  ନିଖୋଜ ଯୁବକ ହେଲେ ସମୀରଣ ପ୍ରଧାନ । ତାଙ୍କ ଘର ନାକଟିଦେଉଳ ବ୍ଲକ ଅନ୍ତର୍ଗତ ପାଟୁଳିଢିପ ଗାଁରେ ବୋଲି ସୂଚନା ମିଳିଛି । ସେ ନିଜ ସ୍ତ୍ରୀ ଓ ୨ ପିଲାଙ୍କ ସହ ସମ୍ବଲପୁରରେ ଘର ଭଡା ନେଇ ରହୁଥିଲେ । ସମ୍ବଲପୁରରେ ଏକ ଘରୋଇ ଶିଳ୍ପ ସଂସ୍ଥାରେ ଚାକିରି କରୁଥିଲେ ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

Share this story