ଟ୍ରେନ ଟଏଲେଟରେ ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା...,ବଢୁଛି ସସ୍‌ପେନ୍ସ
 

Man found dead inside Rajarani Express toilet
ଟ୍ରେନ ଟଏଲେଟରେ ଯୁବକଙ୍କ ଝୁଲନ୍ତା ମୃତଦେହ
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜାରାଣୀ ଏକ୍ସପ୍ରେସ ଟଏଲେଟରେ ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ। ଗତକାଲି ରାତିରେ ରାଜାରାଣୀ ଏକ୍ସପ୍ରେସରୁ ଓଡ଼ିଶା ରେଲୱେ ପୋଲିସ୍ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ମୃତଦେହଟି ଟଏଲେଟରେ ଭିତରୁ ଉଦ୍ଧାର କରାଯାଇଛି । 

ଅଧିକ ପଢନ୍ତୁ :ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ଗତକାଲି ରାତି ପ୍ରାୟ ୧୨ ଟା ବେଳେ ଘଟିଛି ଅଭାବନୀୟ ଘଟଣା । ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ। ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ । ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କଲା GRP। ମୃତକଙ୍କ ବୟସ ପାଖାପାଖି ୪୦ ବର୍ଷ ହେବ।

ଅଧିକ ପଢନ୍ତୁ : ଶନି ଗୋଚର: ୨୦୨୪ ରେ ଏହି ୪ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
 

Share this story