ହାତୀ ଆକ୍ରମଣରେ ଜଣେ ମୃତ, ଦଳିଦେବାରୁ ଘଟଣାସ୍ଥଳରେ ବ୍ୟକ୍ତିଙ୍କର ଚାଲିଗଲା ଜୀବନ

ଓଡ଼ିଆ ଗସିପ୍ ବ୍ୟୁରୋ:କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜର ବିମଳା ବିଟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ହାତୀ ଦଳିଦେବାରୁ ଘଟଣାସ୍ଥଳରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ବ୍ୟକ୍ତି ଜଣଙ୍କ ନିଜ ଗାଁ ମଲଣ୍ଡାରୁ ତାଙ୍କ ଶ୍ୱଶୁର ଘରେ ଅନେକ ଦିନରୁ ରହୁଥିବାରୁ ପୁରୁଷୋତ୍ତମପୁରକୁ ସାଇକଲରେ ଆସୁଥିଲେ।
ଅଧିକ ପଢନ୍ତୁ: ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଏହି ରାଶିର ଲୋକେ ଚିନ୍ତାରେ ରହିବେ, ପଢନ୍ତୁ ଆଜିର ରାଶିଫଳ
ଆସୁଥିବାବେଳେ ମୁଣ୍ଡାସାହି ନିକଟରେ ହାତୀ ହାବୁଡ଼ରେ ପଡି ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣେ ଚାଷୀ ଏବଂ ତାଙ୍କ ନାମ ମିଟୁ ଓରଫ ମଦନ ନାଏକ(40) ବୋଲି ସୂଚନା ମିଳିଛି। ବନ ବିଭାଗର ଅଧିକାରୀ ଖବର ପାଇ ଘଟଣା ସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
ଅଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ, ପଢନ୍ତୁ ଏ ସପ୍ତାହର ରାଶିଫଳ