ତାଗିଦ କରି ମାଡ ମାରିଥିଲା ବାପା, ଘରେ ନାବାଳିକା ଝିଅର ସନ୍ଦେହଜନକ ମୃତ୍ୟୁ, ପୁଲିସ ଅଟକ ରଖି...
ଓଡ଼ିଆ ଗସିପ୍ ବ୍ୟୁରୋ: ନିଜ ବାପା ମାରିଦେଲା ଝିଅକୁ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଓଡ଼ିଆ ଆଲାପୁର ଗ୍ରାମର ଓଡ଼ିଆରପି କଲୋନୀ କଙ୍କେଇ-୨ ରେ । ପାରିବାରିକ କଳହରୁ ଏହିପରି ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।
ଖବର ଅନୁଯାୟୀ, ଗୋପାଳ ବେହେରାଙ୍କ ପରିବାରରେ ଦୀର୍ଘ ଦିନ ହେଲା ପାରିବାରିକ କଳହ ଲାଗି ରହିଥିବାବେଳେ ଦୀର୍ଘ ଏକ ବର୍ଷ ହେବ ଗୋପାଳଙ୍କ ସ୍ତ୍ରୀ ଗୋପାଳକୁ ଛାଡି ବାପଘରେ ରହିଆସୁଛନ୍ତି। ତେବେ ଗୋପାଳଙ୍କ ବଡ ଝିଅ ଓ ପୁଅ ଗୋପାଳଙ୍କ ପାଖରେ ରହି ଆସୁଥିଲେ। କିନ୍ତୁ ଆଜି ସକାଳେ କୌଣସି କାରଣକୁ ନେଇ ଗୋପାଳ ଝିଅକୁ ତାଗିଦ କରି ଦଉଡ଼ିରେ ମାଡ ମାରିଥିଲା।
ଆଧିକ ପଢନ୍ତୁ :ବଜ୍ରପାତରେ ହୁତୁହୁତୁ ହୋଇ ଜୀଅନ୍ତା ଜଳିଗଲେ ବାପା ମାଆଙ୍କ ଏକମାତ୍ର ବିଟେକ୍ ପଢୁଆ ପୁଅ
ପରେ ବାପା ଗୋପାଳ କାମକୁ ଚାଲିଯାଇଥିବା ବେଳେ ଘରେ ଝିଅ ମାମାର ମୃତଦେହ ପଡ଼ିଥିବା ସାହିପଡିଶା ଲୋକ ଦେଖି ପୁଲିସକୁ ଜଣାଇଥିଲେ। ଖଲ୍ଲିକୋଟ ପୁଲିସ ଓ ଛତ୍ରପୁର ଏଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବାବେଳେ ବାପା ଗୋପାଳ ବେହେରାକୁ ପୁଲିସ ଅଟକ ରଖିଛି।
ଝିଅ ମାମାକୁ ବାପା ଗୋପାଳ ହତ୍ୟା କରିଥିବା ମାମାଙ୍କ ଆଇ ଶଶି ବେହେରା ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ପୁଲିସ ଗୋପାଳକୁ ଅଟକ ରଖିବା ସହ ପୁଲିସ ତଦନ୍ତ ଜାରି ରଖିଛି। ପୁଲିସ ମାମାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଆଧିକ ପଢନ୍ତୁ: BP ବଢିଗଲେ ଦେଖାଦିଏ ଏହି ସବୁ ଲକ୍ଷଣ, ହୁଅନ୍ତୁ ସାବଧାନ! ନଚେତ୍...