ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ଜଙ୍ଗଲ ରାସ୍ତାକୁ ନେଇ ଦୁଷ୍କର୍ମ ଉଦ୍ୟମ, ଗୁରୁତର ଅବସ୍ଥାରେ ଉଦ୍ଧାର

ଓଡ଼ିଆ ଗସିପ୍ ବ୍ୟୁରୋ: କଟକ ଚୌଦ୍ବାର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ। ବିରୋଧ କରିବାରୁ ଗାଡ଼ିରୁ ଠେଲି ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ଏସସିବିରେ ଭର୍ତ୍ତି କରାଯାଇଛି।
ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା
ଅଭିଯୋଗ ଅନୁଯାୟୀ, ଭୁବନେଶ୍ବର ପଟିଆ ଅଞ୍ଚଳର ଜଣେ ଯୁବତୀ ନିଶ୍ଚିନ୍ତକୋଇଲିକୁ ରାଖୀ ବାନ୍ଧିବାକୁ ଯାଇଥିଲେ। ରାତି ପ୍ରାୟ ୮ଟା ସମୟରେ କଟକ ଆସିବା ପାଇଁ ବସକୁ ଅପେକ୍ଷା କରି ରହିଥିବାବେଳେ ଜଣେ ଯୁବକ ତାଙ୍କୁ ଅଟୋରେ କଟକ ଛାଡିଦେବେ ବୋଲି କହିଥିଲେ। କିଛି ବାଟ ଆସିବା ପରେ ଏକ ଜଙ୍ଗଲ ରାସ୍ତାକୁ ନେଇ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ।
ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍ ଉପରେ ପଡିବ ପ୍ରଭାବ
ତେବେ ଯୁବତୀ ଜଣକ କୌଶଳକ୍ରମେ ଯୁବକଙ୍କୁ ଅଟୋରୁ ଠେଲି ବାହାରକୁ ପଳାଇ ଆସିଥିଲେ। ରକ୍ତାକ୍ତ ଅବସ୍ଥାରେ ତଳେ ପଡି ଛଟପଟ ହେଉଥିବାବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରି ଘଟଣାର ତଦନ୍ତ କରୁଛି।