ଗୁହାଳକୁ ଯାଉଥିବା ବେଳେ ହଠାତ୍ କାଳବୈଶାଖୀ ବର୍ଷା ଓ ବଜ୍ରପାତରେ ନାବାଳକଙ୍କ ମୃତ
 

Lightning Kills Minor In Odisha
କାଳବୈଶାଖୀ ବଜ୍ରାଘାତରେ ନାବାଳକଙ୍କ ମୃତ
 

ଓଡ଼ିଆ ଗସିପ୍ ବ୍ୟୁରୋ: ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସୋମବାରଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବା ସହ କାଳବୈଶାଖୀର ପ୍ରଭାବ ଆରମ୍ଭ ହେବ। ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ଲହରୀରୁ ଆଶ୍ବସ୍ତି ମିଳିବ। ଆଜିଠୁ ପାଗରେ ପରିବର୍ତ୍ତନ ଆସିବା ସହ କାଳବୈଶାଖୀ ଜନିତ ବର୍ଷା କାରଣରୁ ତାପମାତ୍ରା ମଧ୍ୟ ହ୍ରାସ ପାଇବ।

ପାଟପୁର ଥାନା ପଟିଗୁଡା ପଞ୍ଚାୟତ ପଟିଗୁଡା ଗ୍ରାମରେ ସୋମବାର କାଳବୈଶାଖୀ ବଜ୍ରାଘାତରେ ଜଣେ ନାବାଳକଙ୍କ ମୃତ ଘଟିଛି। ମୃତକ ଜଣଙ୍କ ହେଲେ ପଟିଗୁଡା ଗ୍ରାମର ପଞ୍ଚା ଗୌଡ଼ଙ୍କ ପୁଅ ଜିତୁ ଗୌଡ (୧୬)।

ଅଧିକ ପଢନ୍ତୁ : ଅଚାନକ୍ “ହୃଦଘାତ” ଆସିଲେ କରିବେ କଣ ? ଜାଣିଲେ ଆପଣ ମଧ୍ୟ ବଞ୍ଚାଇପାରିବେ ଜଣଙ୍କ ଜୀବନ

ସୂଚନା ମୁତାବକ, ସୋମବାର ଅପରାହ୍ନରେ ଛେଳି ଚରାଇ ଗୁହାଳକୁ ନେଉଥିବା ସମୟରେ ହଠାତ୍ ବର୍ଷା ଓ ବଜ୍ରପାତ ହୋଇଥିଲା। ନାବାଳକ ଜଣଙ୍କ ଗୁହାଳକୁ ଯାଉଥିବା ବେଳେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା । ସେଠାରେ ସେ ଅଚେତ ହୋଇ ପଡ଼ିଥିଲା । ନିକଟରେ ଥିବା ଲୋକମାନେ ନାବାଳକକୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। 

ସେଠାକାର ଡାକ୍ତର ଜିତୁ ଗୌଡଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପାଟପୁର ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି।

ଅଧିକ ପଢନ୍ତୁ : ବ୍ରେନ୍ ହାମରେଜ୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏସବୁ ସଙ୍କେତ, ଜାଣନ୍ତୁ ସେହି ଲକ୍ଷଣ ବିଷୟରେ 
 

Share this story