ସକାଳେ ବିଜେପିରୁ ଇସ୍ତଫା ଦେବା ପରେ BJD ରେ ଯୋଗଦେଲେ ଲେଖାଶ୍ରୀ ସାମନ୍ତସିଂହାର
 

Lekhashree Samantsinghar Joins BJD After Resigning From BJP
ସକାଳେ ବିଜେପିରୁ ଇସ୍ତଫା ଦେବା ପରେ BJD ରେ ଯୋଗଦେଲେ ଲେଖାଶ୍ରୀ ସାମନ୍ତସିଂହାର
 

ଓଡ଼ିଆ ଗସିପ୍ ବ୍ୟୁରୋ: ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର। ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି ଲେଖାଶ୍ରୀ। ଆଜି ସକାଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ଶଙ୍ଖ ଭବନରେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର , ପୂର୍ବତନ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଲେଖାଶ୍ରୀଙ୍କୁ ବିଜେଡିକୁ ସ୍ୱାଗତ କରିବା ସହ ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଥିଲେ ଯେ ଲେଖାଶ୍ରୀଙ୍କ ଯୋଗଦାନ ଦ୍ୱାରା ଦଳ ଆହୁରି ସୁସଂଗଠିତ ହେବ ବୋଲି ଆଶା। ସେ ରାଜ୍ୟ ରାଜନୀତିର ଜଣେ ପରିଚିତ ନାଁ ।  ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ଓ ବିକାଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି।

ଆଧିକ ପଢନ୍ତୁ : ହାର୍ଟଆଟାକ୍ ଆସିବା ପୂର୍ବରୁ ଶରୀରରେ ଦେଖାଦିଏ ଏହିସବୁ ଲକ୍ଷଣ, ଅଣଦେଖା କଲେ ଚାଲିଯିବ ଜୀବନ

ଅନ୍ୟପଟେ ବିଜେଡିରେ ସାମିଲ ହେବା ପରେ ଲେଖାଶ୍ରୀ କହିଛନ୍ତି, ହୃଦୟର ସହ ମୋତେ ବିଜେଡିରେ ସାମିଲ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ । ବର୍ଷ ବର୍ଷ ଧରି ମୁଁ ବିଜେପିକୁ ସର୍ବଶ୍ୱ ଦେଇଛି, ଓଡ଼ିଶାବାସୀଙ୍କ ସେବା କରିବାର ଇଚ୍ଛା ଥିଲା ତାହା ବିଜେପି ପୂରଣ କରିବାକୁ ଦେଲାନି । ଏତେ ପରିଶ୍ରମ କରିକି ବି ଦଳର ନେତୃତ୍ୱ ମୋ ଉପରେ ଭରସା କଲେନି । ମୋ ପାଇଁ ବିଜେପିରେ ଏତିକି କାମଥିଲା ବୋଲି ଭାବିଲି ଆଉ ଆଗକୁ ବଢ଼ିବା ପାଇଁ ବିଜେଡିରେ ସାମିଲ ହେଲି । 

ଆଧିକ ପଢନ୍ତୁ : ଏହି ୫ଟି ଅଭ୍ୟାସ ବ୍ରେନ୍ ଷ୍ଟ୍ରୋ୍‌କ ହେବାର ଆଶଙ୍କାକୁ ବୃଦ୍ଧି କରି ଥାଏ, ଜାଣନ୍ତୁ ସେହି ଅଭ୍ୟାସ ବିଷୟରେ 

ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଚିନ୍ତାଧାରା ମୋତେ ବିଜେଡିରେ ସାମିଲ ହେବାକୁ ପ୍ରେରଣା ଦେଲା । ଏପରିକି ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ କାର୍ଯ୍ୟକଳାପକୁ ପ୍ରଶଂସା କରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । କହିଛନ୍ତି, ବିଜେଡିରେ ‘ମୁଁ ଗୁଣ୍ଡୁଚି ମୂଷା ଭଳି କାମ କରିବି । ଦଳ ମୋତେ ଯାହା ଦାୟିତ୍ୱ ଦେବ ନିଷ୍ଠାର ସହ ତାହା ପାଳନ କରିବି ।

ଆଧିକ ପଢନ୍ତୁ : ଏପ୍ରିଲ ୮ରେ ସୂର୍ଯ୍ୟପରାଗ, ଜାଣନ୍ତୁ ଆରମ୍ଭ-ଶେଷ ଓ କେଉଁ ସମୟରେ ଦେଖିବାକୁ ମିଳିବ ଏପରି ମହାଜାଗତିକ ଦୃଶ୍ୟ


 

Share this story