ଛାତ୍ରଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିବା ଅଧ୍ୟାପକଙ୍କ ମୃତ୍ୟୁ

ଓଡ଼ିଆ ଗସିପ୍ ବ୍ୟୁରୋ: କଲେଜ ଛାତ୍ରଙ୍କ ମାଡ଼ରେ ଗୁରୁତର ହୋଇଥିବା ଅଧ୍ୟାପକଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ଝାରସୁଗୁଡ଼ା ଜିଲ୍ଲା କଟାପାଲି ସ୍ଥିତ ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରଙ୍କ ମାଡ଼ରେ ଗୁରୁତର ଆହତ ହୋଇ ବୁର୍ଲା ବଡ଼ ଡାକ୍ତରଖାନା ଚିକିତ୍ସିତ ହେଉଥିବା ଅଧ୍ୟାପକ ଅମିତ ବାରିକଙ୍କ ଗତକାଲି ବିଳମ୍ବିତ ରାତିରେରେ ମୃତ୍ୟୁ ହୋଇଛି। ଅଧ୍ୟାପକ ଜଣଙ୍କ ଦିର୍ଘ ୯ ମାସ ଧରି ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।
ଉଲ୍ଲେଖଯୋଗ୍ୟ ଗତ ଫେବ୍ରୁଆରୀ ୨୨ ତାରିଖରେ ଝାରସୁଗୁଡ଼ା ଜିଲ୍ଲାରେ ଘଟିଥିଲା ଏକ ଅଭାବନୀୟ ଘଟଣା। ପିକେଏସ୍ଏସ୍ ସ୍ନାତକ ମହା ବିଦ୍ୟାଳୟରେ ଜଣେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ର ରାଜେଶ ସହିସ ବିଳମ୍ବରେ କଲେଜ ଆସିଥିଲେ।
ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ
ତେଣୁ ଅଧ୍ୟାପକ ଅମିତ ବାରିକ ତାଙ୍କୁ ଶ୍ରେଣୀ ଗୃହରେ ପ୍ରବେଶ କରିବାକୁ ଅନୁମତି ଦେଇ ନଥିଲେ। ଏହାକୁ ନେଇ ଅଧ୍ୟାପକ ଓ ଦୀନେଶଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ଉତ୍କ୍ଷିପ୍ତ ହୋଇ ଦୀନେଶ ଅଧ୍ୟାପକ ଅମିତ ବାରିକଙ୍କୁ ଆକ୍ରମଣ କରିଥିଲେ।
ଅଧିକ ପଢ଼ନ୍ତୁ: ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର, ବଦଳିଲେ ୨୨୦ ଓଏଏସ୍
ଛାତ୍ର ଜଣକ ଅଧ୍ୟାପକ ଅମିତ ବାରିକଙ୍କ ବାମପଟ କାନମୁଣ୍ଡରେ ଶକ୍ତ ମୁଥ ମାରିଥିଲେ । ଅଧ୍ୟାପକ ସେହି ସ୍ଥାନରେ ଅଚେତ ହୋଇପଡ଼ିଥିଲେ । ତାଙ୍କ ନାକ ଓ କାନରୁ ରକ୍ତସ୍ରାବ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ଜମାଟ ବାନ୍ଧିଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ।
ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!
ତେବେ ୯ ମାସ ଧରି ଚିକିତ୍ସା ହେବା ପରେ ଗତ ବିଳମ୍ବିତ ରାତିରେ ଅଧ୍ୟାପକଙ୍କ ମୃତ୍ୟୁ ଘଟିଛି । ଏଡି ଘଟଣା ନେଇ ଫେବ୍ରୁଆରୀ ୨୨ରେ ଅଭିଯୋଗ ପରେ ଅଭିଯୁକ୍ତ ଛାତ୍ରଙ୍କ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଅଦ୍ଭୁତ ସଂଯୋଗ, ଶରଦ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଏହି ୪ ରାଶି ହେବେ ମାଲାମାଲ୍ !