ନବ ଦାସଙ୍କ ଝିଅଙ୍କ ଠାରୁ ନେଇଗଲେ ଦେଢ଼ ଲକ୍ଷ ଟଙ୍କା!, ପୋଲିସ ର ତନାଘନା ଜାରି...

lakhs of rupees vanished from Naba das daughters account

ଓଡ଼ିଆ ଗସିପ ବ୍ୟୁରୋ: ସାଇବର ଠକଙ୍କ ଜାଲରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ । ତାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା କଟିଥିବା ଅଭିଯୋଗ ହୋଇଛି । ସାଇବର ଠକେଇ ହୋଇଥିବା ନେଇ ସମ୍ବଲପୁର ଅଇଁଠାପାଲି ଥାନାରେ ଦୀପାଳି ଲିଖିତ ଅଭିଯୋଗ କରିଛନ୍ତି ।

ଅଇଁଠାପାଲି ଅଞ୍ଚଳରେ ଆଇସିଆଇସିଆଇ ବ୍ୟାଙ୍କରେ ଥିବା ଦୀପାଳିଙ୍କ ଆକାଉଣ୍ଟରୁ ଏହି ଟଙ୍କା କଟିଛି । ଗତ ମାର୍ଚ୍ଚ ୬ ତାରିଖରେ ପ୍ରଥମେ ୧ ଲକ୍ଷ ଓ ପରେ ୫୦ ହଜାର ଟଙ୍କା କଟିଛି ।

ପୋଲିସ ସୂଚନା ଅନୁଯାୟୀ, ସାଇବର ଠକେଇର ଶିକାର ଦୀପାଲି ଦାସ । ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ହେଉଛନ୍ତି ଦୀପାଲି ଦାସ । ମାର୍ଚ୍ଚ ୬ରେ ସେ ସାଇବର ଠକେଇର ଶିକାର ହୋଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ : ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତି ବିଶେଷ ନୂଆ ବ୍ୟବସାୟରେ ପୁଞ୍ଜି ବିନିଯୋଗ କରନ୍ତୁ, ଆପଣଙ୍କୁ ଦିଗୁଣା ଲାଭ ମିଳିବ

ଏ ନେଇ ସେ ସମ୍ବଲପୁୁର ଅଇଁଠାପଲି ଥାନାରେ ଏତଲା ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି, ତାଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଓଟିପି ଆସିଥିଲା । ହେଲେ ସେ ଉକ୍ତ ଓଟିପିକୁ କାହା ସହ ସେୟାର କରିନଥିଲେ । କିନ୍ତୁ ଦୁଇଟି ପର୍ଯ୍ୟାୟରେ ଆକାଉଣ୍ଟରୁ ପ୍ରଥମେ ଲକ୍ଷେ ପରେ ୫୦ ହଜାର ଟଙ୍କା କଟିଯାଇଥିବା ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି ।

ଝାରସୁଗୁଡାରେ ଦୀପାଲି ରହୁଥିଲେ ମଧ୍ୟ ସମ୍ବଲପୁର ମୋଦିପଡା ହେଉଛି ତାଙ୍କ ପୈତୃକ ଘର । ଅଇଁଠାପାଲିରେ ଥିବା ଆଇସିଆଇସିଆଇ ବ୍ୟାଙ୍କରେ ତାଙ୍କର ଆକାଉଣ୍ଟ ରହିଛି । ଯେଉଁ ଆକାଉଣ୍ଟ ରୁ ତାଙ୍କ ଟଙ୍କା ଗାଏବ ହୋଇଛି । ପୋଲିସ ଦୀପାଲି ଦାସଙ୍କ ଏତଲାକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିିଛି ।

Share this story

World Odia Language Conferene