ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବନ୍ଧା ହେଲେ ଇଂରାଜି ଶିକ୍ଷକ
 

KV student sexually harassed teacher arrested in Odishas Sambalpur
ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଶିକ୍ଷକ ଗିରଫ 
 

ଓଡ଼ିଆ ଗସିପ୍ ବ୍ୟୁରୋ:କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଅଭିଯୋଗରେ ଶିକ୍ଷକ ଅରୁଣ କୁମାର ଯୋଶୀଙ୍କୁ ବରେଇପାଲି ଥାନା ପୁଲିସ ଗିରଫ କରିଥିବା ଜଣାଯାଇଛି। ସମ୍ବଲପୁର ବରେଇପାଲି ଥାନା ପାଞ୍ଚଗଛିଆଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଲଜ୍ଜାଜନକ ଘଟଣା ଘଟିଛି। 

ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଶିକ୍ଷକ ଅଟକ ରହିଛନ୍ତି । ଜଣେ ଛାତ୍ରୀଙ୍କୁ ଇଂରାଜୀ ବିଭାଗର ଅରୁଣ ଯୋଶୀ ନାମକ ଜଣେ ଶିକ୍ଷକ ଯୌନ ନିର୍ଯାତନା ଦେବା ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ଅଭିଭାବକ । ଘଟଣାର ଗମ୍ଭୀରତାକୁ ଦେଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ହୋଇଛି ।

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ! ଖାଉଛନ୍ତି କି ଏହି ଖାଦ୍ୟ? କିଡନୀକୁ ସୁସ୍ଥ ରଖିବା ପାଇଁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ...

ଖବର ଅନୁଯାୟୀ, ଦୁଇ ଦିନ ତଳେ ଜଣେ ସ୍କୁଲ ଛାତ୍ରୀ କିଛି ସାଙ୍ଗଙ୍କ ସହ କ୍ଲାସ ରୁମ ଭିତରେ ଥିଲେ । ସେହି ସମୟରେ ଇଂରାଜୀ ଶିକ୍ଷକ କ୍ଲାସ ଭିତରକୁ ଆସି ଉକ୍ତ ଛାତ୍ରୀଙ୍କ ସାଙ୍ଗମାନଙ୍କୁ ବାହାରକୁ ଯିବା ପାଇଁ କହିଥିଲେ । ଏହି ସମୟରେ ତାଙ୍କୁ ରୁମ ଭିତରେ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ଆଣିଛନ୍ତି ପୀଡିତା ଛାତ୍ରୀ । ଏଭଳି ଘଟଣା ପରେ ଛାତ୍ରୀ ଜଣକ ମାନସିକ ଭାବରେ ଭାଙ୍ଗି ପଡ଼ିବା ପରେ ଛାତ୍ରୀ ଜଣକ ଘଟଣା ସଂପର୍କରେ ପରିବାର ବର୍ଗଙ୍କୁ ଜଣାଇଥିଲେ । 

ଅଧିକ ପଢନ୍ତୁ :ବୁଧଙ୍କ ବକ୍ରୀ ଚଳନ: ବର୍ଷର ଶେଷ ମାସରେ ଚମକିବ ଏହି ୪ ରାଶିଙ୍କ ଭାଗ୍ୟ, ଜାଣନ୍ତୁ କେମିତି କଟିବ ଡିସେମ୍ବର ମାସ 

ପରେ ଅଭିଭାବକ ସଂଘ ଏ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସ୍କୁଲ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ । ସ୍କୁଲ କର୍ତ୍ତୃପକ୍ଷ ତରଫରୁ ପୁଲିସକୁ ଖବର ଦିଆଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ସ୍କୁଲରେ ପହଞ୍ଚି ମହିଳା ଥାନା ଅଧିକାରୀଙ୍କ ସହ ଘଟଣାର ଅଧିକ ତଦନ୍ତ କରିଥିଲେ । ଅଭିଯୁକ୍ତ ଶିକ୍ଷକ ଅରୁଣ ଯୋଶୀଙ୍କୁ ଥାନାରେ ଅଟକ ରଖି ତଦନ୍ତ କରିବା ପରେ ଗିରଫ କରାଯାଇଥିବା ସୂଚନା ମିଳିଛି।

ଅଧିକ ପଢନ୍ତୁ : ଶନି ଗୋଚର: ୨୦୨୪ ରେ ଏହି ୪ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
 

Share this story