ଜମି ମାପଚୁପ ପାଇଁ ନେଉଥିଲେ ଲାଞ୍ଚ, ଆରଆଇ ଓ ପିଅନକୁ ମାଡିବସିଲା ଭିଜିଲାନ୍ସ
Dec 19, 2023, 21:46 IST
ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଆରଆଇ ଓ ପିଅନ
ଓଡ଼ିଆ ଗସିପ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଲମତାପୁଟ ଆରଆଇ ଓ ପିଅନ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ଲମତାପୁଟ ଆରଆଇ ବିଜୟ ବାଗ ଓ ପିଅନ ରୋହିତ ପାଢୀ । ଜମି ମାପଚୁପ ପାଇଁ ଜଣଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି ।
ଅଧିକ ପଢନ୍ତୁ :ଏହି ୩ଟି ରାଶି ଉପରେ ରହିବ ଶନିଦେବଙ୍କ କୃପା, ଖୁବଶୀଘ୍ର ବଦଳିବ ଏମାନଙ୍କ ଭାଗ୍ୟ
ଏହା ପରେ ଭିଜିଲାନ୍ସ ବିଭାଗର ୩ଟି ଟିମ୍ ଲମତାପୁଟ ଓ ମାଛକୁଣ୍ଡରେ ଯାଞ୍ଚ କରୁଛନ୍ତି । ଲମତାପୁଟ ତହସିଲ କାର୍ଯ୍ୟାଳୟ ସମେତ ବାସଭବନରେ ଜୟପୁର ଭିଜିଲାନ୍ସର ଦୁଇଟି ଟିମ ତଦନ୍ତ ଜାରି ରଖିଥିବା ଜଣାପଡିଛି । ବିଜୟ ବାଗ ଓ ରୋହିତ ପାଢୀଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଜୟପୁର ଭିଜିଲାନ୍ସ।
ଅଧିକ ପଢନ୍ତୁ :ଏହି ସବୁ ଲକ୍ଷଣ ଦେଖା ଗଲେ ଜମାରୁ କରନ୍ତୁନି ଅଣଦେଖା, ହୋଇପାରେ ହାର୍ଟ ଆଟାକ୍, ନଚେତ୍...