ବେଆଇନ ଲିଙ୍ଗ ନିରୂପଣ ଓ ଗର୍ଭପାତ ଘଟଣା, ହସ୍ପିଟାଲ ମାଲିକ ଓ ତାଙ୍କ ସ୍ତ୍ରୀ ଗିରଫ, ଜଣେ ଫେରାର

ଓଡ଼ିଆ ଗସିପ୍ ବ୍ୟୁରୋ: କଟକ ଦୋଳମୁଣ୍ଡାଇ ଓ ଅରୁଣଦାୟ ନଗର ଅଞ୍ଚଳରେ ବେଆଇନ ଲିଙ୍ଗ ନିରୂପଣ ଓ ଗର୍ଭପାତ କାରବାର ଘଟଣାରେ ହସ୍ପିଟାଲ ମାଲିକ ନିଜିତ ମହାପାତ୍ର ଓ ତାଙ୍କ ପତ୍ନୀ ମାମିନା ମହାପାତ୍ରଙ୍କୁ ଗିରଫ କରିଛି ବାଦାମବାଡ଼ି ପୋଲିସ। ଅନ୍ୟତମ ଅଭିଯୁକ୍ତ ରାମଚନ୍ଦ୍ର ଓରଫ ଭିକାରି ପରିଡା ଫେରାର ଅଛି।
ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍
ଏମାନେଙ୍କ ନିକଟରୁ ଗତକାଲି ୨ଟି ପୋର୍ଟେବୁଲ ଅଲଟ୍ରାସାଉଣ୍ଡ ମେସିନ ସହିତ ଗର୍ଭପାତ ମେଡ଼ିସିନ ଜବତ ହୋଇଥିଲା। ଏନେଇ ସ୍ୱାସ୍ଥ ବିଭାଗ ଓ ଡ୍ରଗ ବିଭାଗ ପକ୍ଷରୁ ବାଦାମବାଡ଼ି ଥାନାରେ ଏତଲା ଦିଆଯାଇଥିଲା।
ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ
ପୁଲିସ ହସ୍ପିଟାଲରେ ଅଲଟ୍ରାସାଉଣ୍ଡ କରାଯାଉଥିବାର ସିସି ଟିଭି ଫୁଟେଜକୁ ଜବତ କରିଛି। ଏହି କାରବାରରେ ନିଜିତଙ୍କ ପୁଅ କିଛି ଡାକ୍ତର ଓ କର୍ମଚାରୀ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଜିଲ୍ଲା ସ୍ୱାସ୍ଥ ବିଭାଗ ପକ୍ଷରୁ ହେଲଥ ହୋମ ହସ୍ପିଟାଲର ରିନୁଆଲ ଲାଇସେନ୍ସକୁ ବାତିଲ କରିଦେବା ସହିତ ଓଟିକୁ ସିଲ କରିଦିଆଯାଇଛି ବୋଲି ଅତିରିକ୍ତ ସ୍ବସ୍ଥ୍ୟ ଅଧିକାରୀ ଡାକ୍ତର ବଟ କୃଷ୍ଣ ମହଲା ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ