ଝିଅକୁ ସ୍କୁଲ ଛାଡିବାକୁ ଯାଉଥିଲେ ମହିଳା, କାର ଉପରେ ଓଲଟି ପଡିଲା ସିମେଣ୍ଟ କଂକ୍ରିଟ୍ ମିକ୍ସଚର ଟ୍ରକ୍, ୨ ମୃତ

hywa truck rammed on car killing two on spot

ଓଡ଼ିଆ ଗସିପ ବ୍ୟୁରୋ: ମୃତ୍ୟୁ କେତେବେଳେ, କିପରି ଆସିବ କିଏ ବା କହିବ । ସକାଳୁ ସକାଳୁ ଖୁସି ମନରେ ଝିଅକୁ କାରରେ ସ୍କୁଲ ଛାଡିବାକୁ ଯାଉଥିଲେ ମହିଳା, ହେଲେ ଜାଣିନଥିଲେ ବାଟରେ ଚାହିଁ ବସିଥିଲା ଯମ ।

ରାସ୍ତାରେ ଯାଉଥିବା ବେଳେ ତାଙ୍କ କାର ଉପରେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା ସିମେଣ୍ଟ କଂକ୍ରିଟ୍ ମିକ୍ସର ଟ୍ରକ୍ । ଫଳରେ ଘଟଣାସ୍ଥଳରେ ହିଁ ମା’ ଝିଅଙ୍କ ଜୀବନ ଚାଲିଯାଇଥିଲା ।

ଅଧିକ ପଢ଼ନ୍ତୁ : ହାଇୱା ଧକ୍କାରେ ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜୁନ ଦାସଙ୍କ ପରଲୋକ, ସହଯୋଗୀ ଗୁରୁତର

ଏଭଳି ଦୁଃଖଦ ଘଟଣା ଘଟିଛି ବେଙ୍ଗାଲୁରୁରେ । ୬ ବର୍ଷିୟା ଝିଅ ଗାୟତ୍ରୀକୁ ସ୍କୁଲ ଛାଡିବାକୁ କାର ନେଇ ଯାଉଥିବା ବେଳେ ଏକ ବଡ ମିକ୍ସର ଟ୍ରକ୍ ତାଙ୍କ କାର ଉପରକୁ ମାଡିଆସିଥିଲା ।

କାରଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବା ସହ ଆଗରେ ବସିଥିବା ଉଭୟ ମା’ ଝିଅଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ପୁଲିସ ଆସି ଉଦ୍ଧାର କରିବା ବେଳକୁ ଦୁହିଁଙ୍କର ମୃତ୍ୟୁ ହୋଇସାରିଥିଲା ।

Share this story