ହାଇୱା ଧକ୍କାରେ ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜୁନ ଦାସଙ୍କ ପରଲୋକ, ସହଯୋଗୀ ଗୁରୁତର

former Congress MLA died in road accident

ଓଡ଼ିଆ ଗସିପ ବ୍ୟୁରୋ: ସଡକ ଦୁର୍ଘଟଣାରେ ଯାଜପୁର ଜିଲ୍ଲା ବିଞ୍ଝାରପୁରର ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ମୃତ୍ୟୁ ହୋଇଛି । ବାଇକରେ ଯାଉଥିବା ବେଳେ ଯାଜପୁର ଖରସ୍ରୋତା ବ୍ରିଜ ଉପରେ ଶ୍ରୀ ଦାସ ଦୁର୍ଘଟଣା ଶିକାର ହୋଇଛନ୍ତି ।

ତାଙ୍କ ଉପରେ ଦ୍ରୁତଗତିରେ ଯାଉଥିବା ବାଲି ବୋଝେଇ ହାଇଓ୍ବା ମାଡ଼ି ଯାଇଥିବା କୁହାଯାଉଛି । ଏହି ଦୁର୍ଘଟଣାରେ ଅର୍ଜୁନ ଚରଣ ଦାସଙ୍କର ମୃତ୍ୟୁ ହୋଇଥିଲା ବେଳେ ତାଙ୍କର ସହଯୋଗୀ ଅନନ୍ତ ମହାନ୍ତି ଗୁରୁତର ହୋଇଛନ୍ତି । ଅନନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅଧିକ ପଢ଼ନ୍ତୁ : ପ୍ରଖ୍ୟାତ କଣ୍ଠଶିଳ୍ପୀ ‘ପଦ୍ମ ଭୂଷଣ’ ବାଣୀ ଜୟରାମଙ୍କ ସନ୍ଦେହଜନକ ମୃତ, ପୋଲିସ୍ କରୁଛି ତଦନ୍ତ

ଆଜି ବିଆରଏସ୍‌ ପକ୍ଷରୁ ଭୁବନେଶ୍ବରରେ ଆୟେଜିତ ଏକ କୃଷକ ସମ୍ମିଳନୀରେ ଯୋଗଦେବାକୁ ତାଙ୍କର ଜଣେ ସହଯୋଗୀଙ୍କ ସହିତ ଯାଉଥିଲେ । ଖରସ୍ରୋତା ବ୍ରିଜ ଉପରେ ତାଙ୍କର ଉପରେ ଏକ ବାଲିବୋଝେଇ ହାଇୱା ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଶ୍ରୀ ଦାସଙ୍କ ମୃତ୍ୟୁ ହୋଇଥିଲା ।

ସହଯୋଗୀ ଅନନ୍ତ ମହାନ୍ତି ଗୁରୁତର ହୋଇଥିଲେ । ଅନନ୍ତଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ଥିତି ଖରାପ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯିବ ବୋଲି ଡାକ୍ତର କହିଛନ୍ତି ।

ସୂଚନାଯୋଗ୍ୟ, ର୍ସ୍ବଗତ ଅର୍ଜୁନ ଚରଣ ଦାସ ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ୧୯୯୫ରୁ ୨୦୦୦ ଯାଏ କଂଗ୍ରେସ ଦଳରୁ ବିଧାୟକ ଥିଲେ । ନିକଟରେ ସେ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍‌ ଯାଇ କେ ଚନ୍ଦ୍ରଶେଖର ରାଓଙ୍କ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ସାଂସଦ ହେମା ଗମାଙ୍ଗ, ସେମାନଙ୍କର ପୁଅ ଶିଶିର ଗମାଙ୍ଗ ପ୍ରମୁଖ ସହିତ ସାମିଲ ହୋଇଥିଲେ ।

Share this story