ପ୍ରଖ୍ୟାତ କଣ୍ଠଶିଳ୍ପୀ ‘ପଦ୍ମ ଭୂଷଣ’ ବାଣୀ ଜୟରାମଙ୍କ ସନ୍ଦେହଜନକ ମୃତ, ପୋଲିସ୍ କରୁଛି ତଦନ୍ତ

Padma Bhusan BaniJairam is no more

ଓଡ଼ିଆ ଗସିପ ବ୍ୟୁରୋ: ମନୋରଞ୍ଜନ ଜଗତରୁ ଆସିଛି ଏକ ଦୁଃଖଦ ଖବର । ଚଳିତ ବର୍ଷ ଭାରତ ସରକାରଙ୍କ ଦ୍ବାରା ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିବା ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ପରଲୋକ ହୋଇଯାଇଛି । ଚେନ୍ନାଇସ୍ଥିତ ତାଙ୍କ ଘରେ ବାଣୀ ଜୟରାମଙ୍କ ମୃତଦେହ ମିଳିଛି ।

ଘଟଣାସର୍ମ୍ପକରେ ପୁଲିସ ତଦନ୍ତ କରୁଛି । ତେବେ ହଠାତ ତାଙ୍କ ଦେହାନ୍ତ ଖବର ଆସିବା ପରେ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗିଛି । ତାଙ୍କ ମୃତ୍ୟୁ ଖବରକୁ ନେଇ ଏବେ ଦେଶର ସଂଗୀତ ଦୁନିଆରେ ଶୋକର ଲହରୀ ଖେଳିଯାଇଛି ।

ଅଧିକ ପଢ଼ନ୍ତୁ : ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ; ବିଜୟଙ୍କ ନାଁରେ ମାମଲା ରୁଜୁ, ବାନ୍ଧବୀ ସୋମାଲିକାଙ୍କ ବୟାନ ରେକର୍ଡ

ତାଙ୍କର ମୃତ୍ୟୁ ଅତି ରହସ୍ୟମୟ ଢଙ୍ଗରେ ହୋଇଥିବା କୁହାଯାଉଛି । ମୃତ୍ୟୁର ସେପରି କୌଣସି କାରଣ ପୂର୍ବରୁ ଜଣାପଡିନଥିଲେ ବି ତାଙ୍କ ବାସଭବନରୁ ମୃତଦେହ ଉଦ୍ଧାର ହୋଇଛି । ଏଯାଏଁ ଏହାର ସଠିକ କାରଣ ଜଣାପଡିନାହିଁ । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ଆସିବା ମାତ୍ରେ ସଂଗୀତ ଜଗତରେ ଶୋକର ଲହରୀ ଖେଳିଯାଇଛି ।

ତେବେ ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ଘରେ କାମ କରୁଥିବା ଲୋକର କହିବା ଅନୁସାରେ "ମୁଁ ପାଞ୍ଚଥର ଘଣ୍ଟି ବଜାଇଲି, କିନ୍ତୁ ସେ କବାଟ ଖୋଲିଲେ ନାହିଁ । ସେ ଘରେ ଏକୁଟିଆ ରହୁଥିଲେ । ଏହାପରେ ମୁଁ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ପୁଲିସକୁ ସୂଚନା ଦିଆଯାଇଥିଲା ।

ସଙ୍ଗୀତ ଜଗତରେ ଜଣେ ଅଦ୍ୱିତୀୟ କଣ୍ଠଶିଳ୍ପୀ ବାଣୀ ଜୟାରାମ । ଏଯାଏଁ ସେ ୧୦,୦୦୦ ଗୀତ ରେକର୍ଡ କରି ସାରିଥିବା ବେଳେ ସଙ୍ଗୀତ ଜଗତରେ ୫୦ ବର୍ଷ ପୂରଣ କରିସାରିଥିଲେ । ବାଣୀ ଜୟରାମ ଆର୍ ଡି ବର୍ମନ, କେ.ଭି ମହାଦେବନ, ଓପି ନାୟାର ଏବଂ ମଦନ ମୋହନଙ୍କ ସମେତ ବଲିଉଡର ଅନ୍ୟାନ୍ୟ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକଙ୍କ ସହ ମଧ୍ୟ କାମ କରିଥିଲେ ।

ଅଧିକ ପଢ଼ନ୍ତୁ : ଦୁର୍ଘଟଣା ପରେ ହସ୍ପିଟାଲରେ ପ୍ରେମିକା ମଥାରେ ସିନ୍ଦୂର ଦେଲା ପ୍ରେମିକ; କ୍ଷତାକ୍ତ ଅବସ୍ଥାରେ କରିନେଲେ ଜୀବନସାଥୀ

ବାଣୀ ଜୟରାମ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍, ହିନ୍ଦୀ, ଉର୍ଦ୍ଦୁ, ମରାଠୀ, ବଙ୍ଗାଳୀ, ଭୋଜପୁରୀ ଏବଂ ଓଡିଆରେ ଅନେକ ଗୀତ ଗାଇଥିଲେ । ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ, ଗୁଜୁରାଟ ଏବଂ ଓଡିଶାରୁ ତାଙ୍କୁ ରାଜ୍ୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।

ଚଳିତ ଜାନୁଆରି ୨୫ରେ, ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଭାରତ ସରକାର ପଦ୍ମ ପୁରସ୍କାର ଘୋଷଣା କରିଥିବା ବେଳେ ଗାୟିକ ବାଣୀ ଜୟରାମଙ୍କୁ ପଦ୍ମ ଭୂଷଣ ଦେବା ଲାଗି ଘୋଷଣା କରାଯାଇଥିଲା । ବାଣୀ ଜୟରାମଙ୍କୁ ଆଧୁନିକ ଭାରତର ମୀରା ମଧ୍ୟ କୁହାଯାଉଥିଲା । ସେ ସଙ୍ଗୀତ ଜଗତକୁ ନୂତନ ଉଚ୍ଚତାକୁ ନେଇଥିଲେ । ତେବେ ତାଙ୍କର ଏପରି ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

Share this story