ଘରେ ନାଗ ସାପ ଛାଡି ସ୍ତ୍ରୀ ଓ ଝିଅଙ୍କୁ ହତ୍ୟା କଲା ଖୋଦ ସ୍ବାମୀ।, ହତ୍ୟାକାରୀ ସ୍ବାମୀକୁ ବାନ୍ଧିଲା ପୁଲିସ  
 

Husband killed wife and daughter by leaving a snake in his house in odisha
ଘରେ ନାଗ ସାପ ଛାଡି ସ୍ତ୍ରୀ ଓ ଝିଅଙ୍କୁ ହତ୍ୟା କଲା ଖୋଦ ସ୍ବାମୀ।
 

ଓଡ଼ିଆ ଗସିପ୍ ବ୍ୟୁରୋ: କବିସୂର୍ଯ୍ୟନଗର ଅଢେଇବରଗାଁ ରେ ସାପ କାମୁଡ଼ାରେ ମା ଝିଅ ମୃତ୍ୟୁ ଘଟଣା ନେଲା ଭିନ୍ନ ରୂପ। ଗତ ଅକ୍ଟୋବର ମାସରେ ଘଟିଥିବା ଏହି ଘଟଣା ଉପରୁ ଉଠିଛି ପରଦା। ସାପ ଦ୍ବାରା ମା-ଝିଅଙ୍କୁ ହତ୍ୟା କରିଥିଲା ଖୋଦ ସ୍ବାମୀ। ଏହି ଘଟଣାରେ କବିସୂର୍ଯ୍ୟନଗର ପୁଲିସ ହତ୍ୟାକାରୀ ସ୍ୱାମୀ କେ. ଗଣେଷ ପାତ୍ରକୁ ଗିରଫ କରିଥିବା ଜଣାପଡିଛି।

ଅଧିକ ପଢନ୍ତୁ :ଆସୁଛି ଭଲ ସମୟ, ଆସନ୍ତା ସପ୍ତାହ ଏହି ୫ ରାଶିଙ୍କ ଉପରେ ହେବ ଟଙ୍କା ବର୍ଷା!

ମିଳିଥିବା ସୂଚନା ଅନୁସାରେ ଗତ ଅକ୍ଟୋବର ମାସରେ ଘରେ ଶୋଇଥିବା ସମୟରେ କବିସୂର୍ଯ୍ୟନଗର ଅଢେଇବରଗାଁର କେ. ଗଣେଷ ପାତ୍ରଙ୍କ ସ୍ତ୍ରୀ ଓ ଝିଅ ବିଷଧର ସାପ କାମୁଡାରେ ମୃତ୍ୟୁବରଣ କରିଥିଲେ ବୋଲି ଜଣାପଡିଥିଲା। ଏହାପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ତେବେ ଘଟଣା ଉପରୁ ମାସକରେ ପରେ ପର୍ଦା ଉଠିଛି।

ଅଧିକ ପଢନ୍ତୁ : ବୃଥା ଚିନ୍ତାକରି ମନୋବଳ ହ୍ରାସ ପାଇବା ସହ ଏମାନଙ୍କ ଉପରେ ହେବ ଟଙ୍କା ବର୍ଷା, ପଢନ୍ତୁ ଆଜିର ରାଶିଫଳ 

ଖୋଦ୍‌ ସ୍ବାମୀ ଘରେ ବିଷଧର ସାପ ଛାଡି ମା-ଝିଅଙ୍କୁ ହତ୍ୟା କରିଛି ବୋଲି ଜଣାପଡିଛି। ସ୍ୱାମୀ କେ. ଗଣେଷ ପାତ୍ର ଏକ ବିଷଧର କୋଳଥିଆ ନାଗ ସଂଗ୍ରହ କରି ମା-ଝିଅ ଶୋଇଥିବା ଘରେ ଛାଡିଥିଲା। ଏହାପରେ ସାପ କାମୁଡାରେ ମା-ଝିଅଙ୍କ ମୃତ୍ୟୁ ହୋଇଛି। ଏନେଇ କବିସୂର୍ଯ୍ୟନଗର ଥାନାଧିକାରୀ ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ :ଡିସେମ୍ବରରେ ଏହି ୪ଟି ବଡ଼ ଗ୍ରହର ଚଳନ, ଫଳରେ ଏହି ରାଶି ଲୋକଙ୍କ ଜୀବନରେ ହେବ ବଡ଼ ପରିବର୍ତ୍ତନ

Share this story