ରାଜଧାନୀରେ ଦେହ ବେପାର; ୨୫ ଶହ କହିକି ନେଲେ, ଫୁଲ ଏଞ୍ଜୟ କଲେ, ଶେଷରେ ୫ଶହ କାହିଁକି ଦେଲେ ?

how female person indulge in sex trade in Bhubaneswar

ଓଡ଼ିଆ ଗସିପ ବ୍ୟୁରୋ: ମାଷ୍ଟର କ୍ୟାଣ୍ଟିନ ପାଲଟିଛି ଦେହ ବେପାରୀଙ୍କ ହବ । ଖରା ଦିନ ହେଉ କିମ୍ବା ଶୀତ ସବୁବେଳେ ଖୁଲମଖୁଲା ଚାଲିଛି ବେପାର । ଜଣେ ଦେହଜୀବୀଙ୍କ ସହ ଗ୍ରାହକଙ୍କ ଟଙ୍କା ମୂଲଚାଲକୁ ନେଇ ଶନିବାର ରାତିରେ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଦେହଜୀବୀ ହଙ୍ଗାମା କରୁଥିବା ଦେଖିବାକୁ ମିଳିଥିଲା ।

ଏପରି କି ରାସ୍ତା ମଝିରେ ଆସି ଦେହଜୀବୀ ଚିତ୍କାର କରିବା ସହ ତାଙ୍କୁ ଘରକୁ ଡାକି ନେଇଥିବା ଗ୍ରାହକଙ୍କୁ ଗାଳିଗୁଲଜ କରୁଥିବା ଏକ ଭିଡିଓ ଭାଇରାଲ ହୋଇଯାଇଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, କେତେ ଜଣ ଦେହଜୀବୀ ରାତି ଅଧାରେ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଛିଡ଼ା ହୋଇଛନ୍ତି । ତାଙ୍କ ନିକଟରେ ଏକାଧିକ ଯୁବକ ମଧ୍ୟ ଛିଡ଼ା ହୋଇଛନ୍ତି । ଦେହଜୀବୀ ଜଣଙ୍କ କହୁଛନ୍ତି ମା’ ରାଣ ମିଛ କହିବିନି । ଆମ ଦୁଇ ଜଣଙ୍କୁ ଡାକିକି ରୁମକୁ ନେଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ପୃଥିବୀ ଆଡକୁ ମାଡି ଆସୁଛି ବିରଳ ଧୂମକେତୁ : ରାତି ହେବ ଦିନ; ଫେବ୍ରୁଆରୀ ୧ରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

ରାତିରେ ୨୫ଶହ ଟଙ୍କା ଦେବ ବୋଲି କହିଲା । ହେଲେ ୫ଶହ ଟଙ୍କା ଧରାଇ ଦେଲା । ତାକୁ ମୁଁ ଛାଡ଼ିବି ନାହିଁ ବୋଲି କହି ଦେହଜୀବୀ ଜଣଙ୍କ ହଙ୍ଗାମା କରୁଥିବା ଦେଖିବାକୁ ମିଳୁଛି । ଏହି ପାଟିତୁଣ୍ଡ ସମୟରେ ପିସିଆର ଭ୍ୟାନ୍‍ ମଧ୍ୟ ସେଠାରେ ପହଞ୍ଚିଲା ।

ଦୁଇ ଜଣ ଦେହଜୀବୀ ପିସିଆର ଭ୍ୟାନ୍‍ ନିକଟକୁ ଯାଇ କ’ଣ କଥା ହୋଇଥିଲେ । ପରେ ପିସିଆର ଭ୍ୟାନ୍‍ର କର୍ମଚାରୀ ସେଠାରୁ ପଳାଇ ଯାଇଥିଲା । ଏନେଇ ସ୍ଥାନୀୟ କିଛି ଦୋକାନୀଙ୍କୁ ପଚାରିବାରୁ ଏହି ଦେହଜୀବୀଙ୍କ କାରନାମା ପଦାକୁ ଆସିଛି । ମାଳିସାହିରେ ଦେହ ବେପାର ଚାଲୁଥିବା ବେଳେ କିଛି ମାଷ୍ଟରକ୍ୟାଣ୍ଟିନ୍‍ ଛକରେ ରାତିର ପସରା ମେଲାଇଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବଡ଼ଧରଣର ଭୂକମ୍ପ ଝଟକାରେ ଥରି ଉଠିଲ ଭୂପୃଷ୍ଠ; ରିକ୍ଟର ସ୍କେଲରେ ତୀବ୍ରତା ୭.୭, ସୁନାମୀ ଆଲର୍ଟ ଜାରି...

ଅନ୍ୟପଟରେ ଦେଖିବାକୁ ଗଲେ କୋଭିଡ୍‍ର ଚତୁର୍ଥ ଲହରରେ ଏଭଳି ଖୁଲମଖୁଲା ଦେହ ବ୍ୟବସାୟ ଘାତକ ହେବ ବୋଲି କୁହାଯାଉଛି । କାରଣ ଦେହଜୀବୀ ମାସ୍କ ପିନ୍ଧି ନ ଥିବା ବେଳେ ସେଠାରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି ।

ଏନେଇ ପୁଲିସକୁ ପଚାରିବାରୁ ପୁଲିସ କହୁଛି ଆମ ନିକଟକୁ ଖବର ଆସିଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ । ସେଭଳି କିଛି ଅଭିଯୋଗ ଆମ ନିକଟକୁ ଆସିନାହିଁ ବୋଲି ପୁଲିସ କହିଛି ।

Share this story

World Odia Language Conferene