ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ, ଏହି ଦିନଠୁ ଏସବୁ ସବୁ ଜିଲ୍ଲାରେ ପ୍ରବଳ ବର୍ଷା..
 

Heavy Rainfall to lash Odisha due to the impact of deep depression over Bay of Bengal
ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ
 

ଓଡ଼ିଆ ଗସିପ୍ ବ୍ୟୁରୋ: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ । ଗତ ୬ ଘଣ୍ଟାଧରି ୧୮କିଲୋମିଟର ବେଗରେ ଗତିକରୁଛି ଅବପାତ । ପାରାଦୀପର ଦକ୍ଷିଣରେ ୩୮୦କିମି ଦୂରରେ ଏହାର ଅବସ୍ଥିତି ରହିଛି । ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ନେଇପାରେ ବାତ୍ୟାର ରୂପ । ବାତ୍ୟାର ନାଁ ରହିବ ମିଢିଲି । ଏହାର ନାମକରଣ କରିଛି ମାଲଦୀପ । 

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

ବାଂଲାଦେଶରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । କାଲି ସକାଳେ ଗଭୀର ଅବପାତ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ହେବ । ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ଆସିଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ :୩୦ବର୍ଷ ପରେ ଶନି ଗୋଚର, ବଦଳିବ ଏମାନଙ୍କ ଜୀବନ, ସୁଖ ଶାନ୍ତି ବଢ଼ିବା ସହ ବଢିବ ଧନ !

ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର ଏବଂ ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବର୍ଷା ସହ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବ ପବନ । ଫଳରେ ସମୁଦ୍ର ଅଶାନ୍ତରୁ ତୀବ୍ର ଅଶାନ୍ତ ହେବ । ଏଥିପାଇଁ ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ପ୍ରବଳ ବର୍ଷାରେ ପ୍ରଭାବିତ ହୋଇପାରେ ଧାନ ଚାଷ । 

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!

ସେଥିପାଇଁ ଅମଳ ଯୋଗ୍ୟ ହୋଇଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି । କୃଷି ବିଭାଗ ସ୍ବତନ୍ତ୍ର ବୈଠକ ଡାକିବା ସହ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢନ୍ତୁ :ଏହି ରାଶି ଲୋକଙ୍କ ଶରୀର ଅସୁସ୍ଥ, ପାରିବାରିକ ଅଶାନ୍ତି ରହିବା ସହ ମନ ଭଲ ରହିବ ନାହିଁ, ପଢନ୍ତୁ ଆଜିର ରାଶିଫଳ 

Share this story