ସାରା ରାଜ୍ୟରେ ଭୟଙ୍କର ରୂପ ନେବ ଅହରହ ବର୍ଷା, ୫ ଦିନ ଯାଏଁ ବିଭିନ୍ନ ଜିଲ୍ଲାକୁ ଆଲର୍ଟ

heavy rainfall to forecast in Odisha for next five days

ଓଡ଼ିଆ ଗସିପ୍ ବ୍ୟୁରୋ: ସାରା ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି । ସକ୍ରିୟ ମୌସୁମୀ ଓ ଘୂର୍ଣ୍ଣିବଳୟ ଯୋଗୁଁ ୨ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ବିସ୍ତୃତି ବୃଦ୍ଧି ପାଇଛି । ଶୁକ୍ରବାର ରାତିଠାରୁ ବର୍ଷାର ପ୍ରକୋପ ବଢ଼଼ିଥିବା ବେଳେ ଗତ ୨୪ ଘଣ୍ଟାରେ ହୋଇଥିବା ବର୍ଷା ଯୋଗୁଁ ନିଅଣ୍ଟିଆ ଥିବା ବର୍ଷା ୫ ପ୍ରତିଶତ ଭରଣା ହୋଇଯାଇଛି ।

ହଠାତ୍‌‌ ବର୍ଷାର ପରିମାଣ ବୃଦ୍ଧି ହେବା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବା ବେଳେ ଅନେକ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଉଛି । ଅନ୍ୟପଟେ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୫ ଦିନ ମଧ୍ୟରେ ବର୍ଷା ସ୍ଥିତି ଜାରି ରହିବା ସହିତ ୧୯ ତାରିଖରୁ ବର୍ଷାର ପ୍ରକୋପ ଆହୁରି ବଢ଼଼ିବ ବୋଲି ଆକଳନ କରାଯାଉଛି ।

ଅଧିକ ପଢ଼ନ୍ତୁ : ସୂର୍ଯ୍ୟ ଗୋଚର ୨୦୨୩ (Surya Gochar 2023): ଆଜି ରାଶିରେ ପରିବର୍ତ୍ତନ କରିବେ ସୂର୍ଯ୍ୟ, ବୁଦ୍ଧାଦିତ୍ୟ ରାଜଯୋଗ ଫଳରେ ଲାଭବାନ ହେବ ଏହିସବୁ ରାଶି!

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଶନିବାର ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଉତ୍ତର ଓଡ଼ିଶା-ପାର୍ଶ୍ବବର୍ତ୍ତୀ ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯଦିଓ ଏହି ଲଘୁଚାପ ଏବେ ଓଡ଼ିଶାଠାରୁ ଦୂରକୁ ଗତି କରୁଛି । ମାତ୍ର ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ରେକର୍ଡ ହୋଇଛି ।

ସୋମବାର ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ନୂଆପଡ଼ା, କନ୍ଧମାଳ, ବଲାଙ୍ଗିର, ସୋନପୁର, ଦେବଗଡ଼, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ବରଗଡ଼ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଅନ୍ୟପଟେ ୧୮ ତାରିଖରେ ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହିତ ଏହା ପ୍ରଭାବରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିପାଇଁ ୧୯ ତାରିଖରୁ ବର୍ଷାର ପ୍ରକୋପ ବଢ଼଼ିବା ସହିତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ସୃଷ୍ଟି ହୋଇଛି ।

ଅଧିକ ପଢ଼ନ୍ତୁ : ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ, ଉଠାଦୋକାନୀଙ୍କ ଉଚ୍ଛେଦ ଦାବିରେ ଧାରଣା ଦେବ ସେଣ୍ଟ୍ରାଲ ମାର୍କେଟ ସଂଘ

ଏହାର ପରବର୍ତ୍ତି ସମୟରେ ବଙ୍ଗୋପସାଗର ସକ୍ରିୟ ସହିତ ରାଜ୍ୟକୁ ମାସ ଶେଷ ପର୍ଯ୍ୟନ୍ତ ଭଲ ବର୍ଷା ମିଳିବାର ସମ୍ଭାବନା ରହିଛି । ବର୍ଷା ଓ ଏଥିପାଇଁ ସୃଷ୍ଟି ହେବାକୁ ଥିବା ସମସ୍ୟାର ମୁକାବିଲା ସମସ୍ତ ପ୍ରକାର ଭିତ୍ତିଭୂମୀ ପ୍ରସ୍ତୁତ ରଖିବାକୁ ଏସ୍‌‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Share this story