ଭାଗ୍ୟରେ ଥିଲେ ମିଳେ ମହାପ୍ରଭୁଙ୍କ ସେବା, ୧କିଗ୍ରା ୭୫ ଗ୍ରାମର ସ୍ୱର୍ଣ୍ଣ ଅର୍ପଣ କଲେ ଏହି ଭକ୍ତ 
 

Gujarat devotee donates golden chitas worth Rs 75 lakhs to Lord Jagannath in Puri
୩ଟି ରୂପା ମୁକୁଟ ସହ ୧କିଗ୍ରା ୭୫ ଗ୍ରାମର ସ୍ୱର୍ଣ୍ଣ ଅର୍ପଣ 
 

ଓଡ଼ିଆ ଗସିପ୍ ବ୍ୟୁରୋ:ମହାପ୍ରଭୁଙ୍କ ସେବା ଭାଗ୍ୟରେ ଥିଲେ ମିଳେ । କିନ୍ତୁ ଏହି ସୁଯୋଗ ସମସ୍ତଙ୍କୁ ମିଳି ନ ଥାଏ । ହେଲେ ଏମିତି କିଛି ଭକ୍ତ ଅଛନ୍ତି ଯେଉଁମାନେ ବିଶ୍ୱନିୟନ୍ତାଙ୍କ ପାଇଁ ଯଦି ସାମାନ୍ୟତମ ସହଯୋଗ ପ୍ରଦାନ କରନ୍ତି ସେଥିରେ ସେ କୃତାର୍ଥ ହୋଇଥାନ୍ତି । 

ଅଧିକ ପଢନ୍ତୁ :ଏହି ସବୁ ଲକ୍ଷଣ ଦେଖା ଗଲେ ଜମାରୁ କରନ୍ତୁନି ଅଣଦେଖା, ହୋଇପାରେ ହାର୍ଟ ଆଟାକ୍‌, ନଚେତ୍‌...

ଏଭଳି ମାନସିକତା ଯୋଗୁ ଶ୍ରୀମନ୍ଦିରକୁ ବିଭିନ୍ନ ସମୟରେ ସୁନା, ରୁପା, ଟଙ୍କା ଇତ୍ୟାଦି ଦାନ ଆକାରରେ ଆସିଥାଏ । ମହାପ୍ରଭୁଙ୍କ ପ୍ରତି ଏମିତି ଗଭୀର ଭକ୍ତି ଓ ବିଶ୍ୱାସ ରଖିଥିବା ଗୁଜୁରାଟର ଜଣେ ଭକ୍ତ ମଙ୍ଗଳବାର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସନକୁ ସ୍ୱର୍ଣ୍ଣ ଅଳଙ୍କାର ସମର୍ପଣ କରିଛନ୍ତି ।

ଅଧିକ ପଢନ୍ତୁ :୨୦୨୪ ଆରମ୍ଭରେ ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ୫୦୦ ବର୍ଷ ପରେ ସୃଷ୍ଟି ହେଉଛି ଗୁରୁ ଗୋଚର ରାଜଯୋଗ

ଦୈନନ୍ଦିନ ବେଶରେ ଲାଗୁଥିବା ସୂବର୍ଣ୍ଣ ଚିତା ବା ତିଲକ ଦୁଇଟି ପ୍ରଦାନ କରିଛନ୍ତି । ଏହାର ଓଜନ ପ୍ରାୟ ୧କିଗ୍ରା ୭୫ଗ୍ରାମ ରହିଛି । ଏଥିସହିତ ଶ୍ରୀମନ୍ଦିର ଭିତରେ ନାରାୟଣ, ସାକ୍ଷୀଗୋପାଳଙ୍କ ପାଇଁ ୩ଟି ରୂପା ମୁକୁଟ ଦେଇଛନ୍ତି ଗୁଜୁରାଟ ଅହମ୍ମଦାବାଦର ଭକ୍ତ ଚିରାଗ ଚିନୁଭାଇ ପଟେଲ । 

ଅଧିକ ପଢନ୍ତୁ :୩୦ ବର୍ଷ ପରେ ବିରଳ ସଂଯୋଗ, କଟିବ ଶନି ଦଶା, ବଦଳି ଯିବ ଏହି ୫ ରାଶିଙ୍କ ଭାଗ୍ୟ!

ମଙ୍ଗଳବାର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଓ ବରିଷ୍ଠ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରି ଶୋଭାଯାତ୍ରାରେ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ଗୁଜୁରାଟର ସ୍ୱତନ୍ତ୍ର ବଣିଆଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନର ମାପ ଅନୁଯାୟୀ ୨୪ କ୍ୟାରେଟ୍‌ ସୁନାରେ ଦୁଇଟି ଚିତା ତିଆରି କରାଯାଇଛି । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ସମର୍ପଣ ଅନ୍ୟ ଭକ୍ତମାନଙ୍କୁ ନିଶ୍ଚିତ ଉତ୍ସାହିତ କରିବ ବୋଲି କହିଛନ୍ତି ଛତିଶା ନିଯୋଗ ନାୟକ ।

ଅଧିକ ପଢନ୍ତୁ :ଏହି ୩ଟି ରାଶି ଉପରେ ରହିବ ଶନିଦେବଙ୍କ କୃପା, ଖୁବଶୀଘ୍ର ବଦଳିବ ଏମାନଙ୍କ ଭାଗ୍ୟ
 

Share this story