ସରିଲା ଖଲ୍ଲିକୋଟ ରାଣୀ ମା’ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଶେଷକୃତ୍ୟ, ଜାଣନ୍ତୁ କିଏ ଦେଲେ ମୁଖାଗ୍ନି 
 

Funeral of 10-time MLA and Khallikote queen V Sugnana Kumari Deo
ସରିଲା ରାଣୀ ମା’ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଶେଷକୃତ୍ୟ
 

ଓଡ଼ିଆ ଗସିପ୍ ବ୍ୟୁରୋ: ସରିଲା ପୂର୍ବତନ ବିଧାୟିକା ତଥା ରାଣୀ ମା’ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଶେଷକୃତ୍ୟ । ଖଲ୍ଲିକୋଟ ରାଜବାଟୀ ଶ୍ମଶାନରେ ଗାର୍ଡ ଅଫ ଅନର ଦିଆଯିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏଥିପାଇଁ ଜଗନ୍ନାଥ ମନ୍ଦିର ରୋଷଘରୁ ଅଗ୍ନି ଓ ଖଣ୍ଡୁଆ ପାଟ ଅଣାଯାଇଥିଲା । 

ଖଲ୍ଲିକୋଟ ଶ୍ୟାମସୁନ୍ଦରପୁରର ବ୍ରାହ୍ମଣ ପରିବାର ଯୁବକ କରେସ ଚନ୍ଦ୍ର ଆଚାର୍ଯ୍ୟ ମୁଖାଗ୍ନି ଦେଇଥିଲେ । ରାଣୀ ମା’ଙ୍କ ଶେଷକୃତ୍ଯ ସମୟରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟିକା ଲତିକା ପ୍ରଧାନ, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ଯାଉପଟ୍ଟନାୟକଙ୍କ ସହ ବହୁ ସ୍ଥାନୀୟ ନେତା ଓ ହଜାର ହଜାର ସ୍ଥାନୀୟ ବାସିନ୍ଦା ଓ ଶୁଭେଚ୍ଛୁ ଉପସ୍ଥିତ ରହି ଶେଷ ବିଦାୟ ଜଣାଇଥିଲେ ।

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ଗତକାଲି ସକାଳେ ୮୬ ବର୍ଷ ବୟସରେ ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ୧୦ ଥରର ବିଧାୟିକା ଥିବା ସୁଜ୍ଞାନ କୁମାରୀ ଏକାଧାରର ନେତ୍ରୀ, ସମାଜସେବୀ, ଆସୁ ଲେଖିକା, ଷ୍ଟାମ୍ପ ସଂଗ୍ରାହକ ଥିଲେ । ୧୯୩୭ ମସିହା ଅଗଷ୍ଟ ୫ରେ ଜନ୍ମଗ୍ରହଣ କରିଥିଲେ ସୁଜ୍ଞାନ । ପିତା ରାଜା ଆର.ଭି.ଏମ. ନୀଳାଦ୍ରି ଦେଓଙ୍କ କନ୍ଯା ଭାବେ ସେ ରାଜକାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ବି ସମାଜସେବାକୁ କରିଥିଲେ ଜୀବନର ବ୍ରତ । 

ଅଧିକ ପଢନ୍ତୁ :ଆର୍ଥିକ ସ୍ଥିତି ଖରାପ ସହ ମାନସିକ ଅବସାଦରେ ରହିବେ ଏହି ରାଶିର ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ

ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓ ବହୁବର୍ଷ ଆଗରୁ ଆରପାରିକୁ ଚାଲି ଯାଇଥିଲେ । ୧୯୬୧ ମସିହାରେ ଭି. ସୁଜ୍ଞାନ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ।  ୧୯୬୧, ୧୯୭୪, ୧୯୭୭, ୧୯୮୫, ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ବିଧାୟିକା ନିର୍ବାଚିତ ହୋଇଥିଲେ । ସେ ଥିଲେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ।

ଅଧିକ ପଢନ୍ତୁ :ଇଣ୍ଡିଆ ଟୁଡେ ‘ମୁଡ୍‌ ଅଫ୍‌ ଦ ନେସନ୍‌’ ସର୍ଭେରେ ନବୀନ ପୁଣି ନମ୍ବର-୧
 

Share this story