ଆସୁଛି ଆଉ ଏକ ଲଘୁଚାପ, ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ରାଜ୍ୟରେ ଏହି ତାରିଖରୁ ହେବ ପ୍ରବଳ ବର୍ଷା

Fresh Rain Spell Likely In Odisha From Sept 1Thunderstorm Lightning Alert Continues
ଆସୁଛି ଆଉ ଏକ ଲଘୁଚାପ, ରାଜ୍ୟରେ ଏହି ତାରିଖରୁ ହେବ ପ୍ରବଳ ବର୍ଷା

ଓଡ଼ିଆ ଗସିପ୍ ବ୍ୟୁରୋ: ଆଗକୁ ଆଉ ଏକ ଲଘୁଚାପ  ଆସୁଛି, ଯାହା ଫଳରେ ବଡ଼ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୩ ତାରିଖରେ ସୃଷ୍ଟି ହେବ ଏହି ଲଘୁଚାପ ବଳୟ । ଫଳରେ ଉପକୂଳରୁ ଆଭ୍ୟନ୍ତରୀଣ ଯାଏଁ ବର୍ଷା ହେବ । ଆଉ ଖରା ଗରମରୁ ମିଳିବ ତ୍ରାହି । ତେବେ ଅଗଷ୍ଟ ମାସରେ ଯେତିକି ଲଘୁଚାପ ହେବା କଥା ଏଥର ସେଥିରେ ବ୍ୟତିକ୍ରମ ଘଟିଛି ।

ବଙ୍ଗୋପସାଗରରେ ପୁଣି ଆସିବ ଲଘୁଚାପ । ବେଶ୍ କିଛି ଦିନ ଅନ୍ତରରେ ରାଜ୍ୟରେ ହେବ ବର୍ଷା । ଖରା ଗରମ ଓ ଗୁଳୁଗୁଳିରୁ ମିଳିବ ତ୍ରାହି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସେପ୍ଟେମ୍ବର ୨ ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୩ ତାରିଖରେ ନେବ ଲଘୁଚାପର ରୂପ । ପ୍ରଭାବରେ ୨ ତାରିଖ ରାତି କିମ୍ବା ୩ ତାରିଖ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ । ୪ ଓ ୫ ତାରିଖରେ ଅଧିକ ବର୍ଷା ହେବ ।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...

ଉପକୂଳରୁ ଆଭ୍ୟନ୍ତରୀଣ ଯାଏଁ ଭଲ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞ କହିଛନ୍ତି। ରାଜ୍ୟରେ ଏବେ ମୌସୁମୀ ଦୁର୍ବଳ ରହିବା ସହ ଉତ୍ତର ପଶ୍ଚିମ ଦିଗରୁ ପବନ ରାଜ୍ୟକୁ ଆସୁଛି । ଏହାସହ ମେଘମୁକ୍ତ ଆକାଶ ଯୋଗୁଁ ସୂର୍ଯ୍ୟ କିରଣ ସିଧା ସଳଖ ପୃଥିବୀ ଉପରେ ପଡ଼ୁଚି। ଫଳରେ ଦିନରେ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି। ବର୍ଷା ହେଲେ ଏ ଗରମ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିବ।

ଅଧିକ ପଢ଼ନ୍ତୁ: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

ଏବେ ବି ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି । ଫଳରେ ପାଗ ଶୁଖିଲା ରହିବା ସହ ଦିନର ତାପମାତ୍ରା ଅଧିକ ରହିଛି । ଆହୁରି ଦୁଇ ଦିନ ରହିବ ଏଭଳି ପାଗ । ସେପ୍ଟେମ୍ବର ୧ରୁ ପୁଣି ଘଡଘଡି ବିଜୁଳି ସାଙ୍ଗକୁ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ୩ ରୁ ବର୍ଷାର ବିସ୍ତୃତି ବଢିବା ସମ୍ଭାବନା ରହିଛି।

ଅଗଷ୍ଟ ମାସରେ ସାଧାରଣତଃ ୪ ରୁ ୫ ଟି ଲଘୁଚାପ ସୃଷ୍ଟି ହୁଏ। ହେଲେ ଚଳିତ ଥର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ମାତ୍ର ଗୋଟିଏ ଲଘୁଚାପ ଆସିଛି ବଙ୍ଗୋପସାଗରରେ । ଫଳରେ ଖୁବ୍ କମ୍‌ ଦିନ ବର୍ଷା ଦେଖିବାକୁ ମିଳିଛି।

Share this story