World Odia Language Conferene

ପେଟର ଭୋକ ମାରୁଛନ୍ତି ହ୍ୟୁମାନ ସାଗର; କାନ୍ଦି କାନ୍ଦି ଏମିତି ନ କରିବାକୁ କାହିଁକି କହିଲେ କମେଡିଆନ ଗୁଲୁଆ?

fight between Humane Sagar vs Gulua in entertainment space

ଓଡ଼ିଆ ଗସିପ ବ୍ୟୁରୋ: ହାଟରେ ପଡ଼ି ଦାଣ୍ଡରେ ଗଡିଲାଣି ହ୍ୟୁମାନ ସାଗରଙ୍କ ଅଭଦ୍ର ବ୍ୟବହାର । ସ୍ତ୍ରୀ ସହ ଯାହା କିଛି ଘଟିଲା ସେ ଚର୍ଚ୍ଚା ଥମି ନଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଉ ଏକ ବିବାଦ । ଏ ବିବାଦ କିନ୍ତୁ ଏତେ ସାଂଘାତିକ ଯେ, ଦର୍ଶକ ଓ ଶ୍ରୋତାଙ୍କୁ ଶକ୍ତ ଆଘାତ ଦେଇଛି ।

ଅଚାନକ ଷ୍ଟାରଡମ ପାଇଥିବା ଓଲିଉଡର ଆଗଧାଡ଼ିର ସିଙ୍ଗର ହ୍ୟୁମାନ ସାଗର ଓ ଇଣ୍ଟରନେଟ୍ ସେନସେସନ ମିଷ୍ଟର ଗୁଲୁଆଙ୍କ ମଧ୍ୟରେ ମତଭେଦକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ହ୍ୟୁମାନ ସାଗରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ମିଷ୍ଟର ଗୁଲୁଆ । କହିଲେ କଳାକାରଙ୍କ ଜୀବିକା ଛଡାଉଛନ୍ତି ହ୍ୟୁମାନ ।

ନିଆଳିରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମିଷ୍ଟର ଗୁଲୁଆଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଗୁଲୁଆଙ୍କ ସହ ଓଲିଉଡ ସିଙ୍ଗର ହ୍ୟୁମାନ ସାଗର ମଧ୍ୟ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ  । ହେଲେ ମିଷ୍ଟର ଗୁଲୁଆଙ୍କୁ କାର୍ଯ୍ୟକ୍ରମରେ କମେଡି ପରିବେଶଣ ନ କରିବାକୁ କୁଆଡ଼େ ଚାପ ପକାଇଥିଲେ ହ୍ୟୁମାନ ସାଗରଙ୍କ ଟିମ୍ ।

ଅଧିକ ପଢ଼ନ୍ତୁ : ନବ ଦାସ ହତ୍ୟା ମାମଲାର ରହସ୍ୟ ଖୋଲିବ କି ହାତଲେଖା କାଗଜ ଚିଠି? ପାଇଖାନା ଟାଙ୍କିରୁ ମିଳିଲା ଗୋପାଳର ହାତଲେଖା ବହୁ ଚିଠି

ଏନେଇ ଆୟୋଜକଙ୍କ ପକ୍ଷରୁ ମଧ୍ୟ ଗୁଲୁଆଙ୍କୁ କୁହାଯାଇଥିଲା । ହେଲେ ଗୁଲୁଆଙ୍କ ବାରମ୍ବାର ଅନୁରୋଧ ପରେ ସେ ମାତ୍ର 2 ମିନଟ ପାଇଁ କମେଡି କରିବାକୁ ସମୟ ପାଇଥିଲେ ବୋଲି କ୍ଷୋଭର ସହ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ।

କେବଳ ସେତିକି ନୁହେଁ ଗୁଲୁଆ ଏହା ବି କହିଛନ୍ତି ଯେ, ହ୍ୟୁମାନ ସାଗରଙ୍କ ସହ ତାଙ୍କର କୌଣସି ମତଭେଦ ନାହିଁ । ତଥାପି ହ୍ୟୁମାନ ସାଗରଙ୍କ ଟିମ୍ କହୁଛନ୍ତି ଯେ, ଗୁଲୁଆ ପରଫର୍ମ କଲେ ହ୍ୟୁମାନ ସାଗର ମଞ୍ଚରେ ସଂଗୀତ ପରିବେଶଣ କରିବେ ନାହିଁ । ଏମିତି କାହିଁକି କହୁଛନ୍ତି ସେ କଥା ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି ।

ସେପଟେ ପାରିବାରିକ ବିବାଦ ନେଇ ଛନ୍ଦି ହୋଇଥିବା ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ଏଇ ଏବେ ଏବେ ସମାଧାନ ହୋଇଛି । କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ରଙ୍କର ପାରିବାରିକ ବିବାଦର ସମାଧାନ ହୋଇଛି । ଏନେଇ ଏସପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଉ କିଛି ଦିନ ପରେ ଶ୍ରୀୟା ମିଶ୍ର ଆସି ସ୍ବାମୀ ହ୍ୟୁମାନ ସାଗରଙ୍କ ଘରେ ରହିବେ ।

ଅଧିକ ପଢ଼ନ୍ତୁ : ଆସିଲା ସାଙ୍ଘାତିକ ତଥ୍ୟ; ନବଙ୍କ ପାଖେ ପାଖେ ରହୁଥିଲେ ଗୋପାଳ: ମାରିବାକୁ ଖୋଜୁଥିଲେ ସୁଯୋଗ !

ଏଣେ ଶ୍ରୀୟା ବି କହିଛନ୍ତି ଯେ ସେ ସ୍ବାମୀ ହ୍ୟୁମାନ ସାଗରଙ୍କ ସହ ରହିବେ । ହ୍ୟୁମାନ ସାଗର ଓ ତାଙ୍କ ମା ବି ସମାନ କଥା ଦୋହରାଇଛନ୍ତି । ହ୍ୟୁମାନ କହିଛନ୍ତି, ଆମ ଭିତରେ ବୁଝାମଣା ହୋଇଯାଇଛି । ଆମେ ଏକାଠି ରହିବୁ ।

ସୂଚନାଯୋଗ୍ୟ, ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ର ଆଜି ମହିଳା ଥାନାରେ ପହଞ୍ଚିଥିଲେ । ହ୍ୟୁମାନ ସାଗରଙ୍କ ସହ ତାଙ୍କ ମା ଶେଫାଳି ସୁନା ମଧ୍ୟ ଥାନାରେ ଆସିଥିଲେ । ଦ୍ୱିତୀୟ ଥର ପାଇଁ ପୁଲିସ ଉଭୟଙ୍କୁ କାଉନସେଲିଂ କରିଥିଲା । କିଛିଦିନ ତଳେ ହ୍ୟୁମାନ ସାଗରଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ କରିଥିଲେ ଶ୍ରେୟା । ପରେ ହ୍ୟୁମାନ ସାଗର ଓ ଶ୍ରେୟା ମିଶ୍ରଙ୍କୁ କାଉନସେଲିଂ ପାଇଁ ମହିଳା ଥାନାକୁ ଡକାଯାଇ କାଉନସେଲିଂ କରାଯାଇଥିଲା । କାଉନସେଲିଂ ପରେ ଉଭୟ ଦୁଇଦିନ ସମୟ ନେଇଥିଲେ ।

Share this story