ନବ ଦାସ ହତ୍ୟା ମାମଲାର ରହସ୍ୟ ଖୋଲିବ କି ହାତଲେଖା କାଗଜ ଚିଠି? ପାଇଖାନା ଟାଙ୍କିରୁ ମିଳିଲା ଗୋପାଳର ହାତଲେଖା ବହୁ ଚିଠି

Police recovered hand written notes of gopal das in Naba Das murder case

ଓଡ଼ିଆ ଗସିପ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା ମାମଲାରେ ପୋଲିସ ହାତରେ ଲାଗିଲା ଗୋପାଳ ହାତଲେଖା କାଗଜ ଚିଠି । ୨୦ ଖଣ୍ଡ ହାତଲେଖା କାଗଜର ଫଟୋ ପୋଲିସ ହାତରେ ଲାଗିଛି । କ୍ରାଇମବ୍ରାଞ୍ଚ ପାଇଛି ଏହି ରହସ୍ୟମୟ ହାତଲେଖା କାଗଜ । ବିମାନବନ୍ଦର ଥାନା ପାଇଖାନା ଟାଙ୍କିରୁ ଏହି କାଗଜ ଉଦ୍ଧାର କରାଯାଇଛି ।

ଯେଉଁ ଖବରର ରହସ୍ୟ କ’ଣ ଜାଣିବା ପାଇଁ ସାରା ରାଜ୍ୟବାସୀ ଅପେକ୍ଷା କରିଛନ୍ତି । ସେହି ଘଟଣା ଉପରୁ କିନ୍ତୁ ଚାରି ଦିନ ପରେ ବି ପରଦା ହଟାଇପାରିନି କ୍ରାଇମବ୍ରାଞ୍ଚ । ଏହା ଭିତରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାକୁ ନେଇ ନାଟକୀୟ ଭାବେ ସାମନାକୁ ଆସିଛି କେତେକ ରୋଚକ ତଥ୍ୟ ।

ଝାରସୁଗୁଡା ବିମାନବନ୍ଦର ଥାନା ପାଇଖାନା ଟାଙ୍କିରୁ ଜବତ ହୋଇଛି କେତେକ କାଗଜ ଟୁକୁଡା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗୁଳିକାଣ୍ଡ ପରେ ପୋଲିସ୍ ହେପାଜତରେ ଥିବାବେଳେ ଏହି କାଗଜକୁ ପାଇଖାନାରେ ଫ୍ଲସ କରି ଦେଇଥିଲେ ଗୋପାଳ । ତେବେ ଜେରା ସମୟରେ ଗତକାଲି କହିବା ପରେ ଏନେଇ ଖୋଜାଖୋଜି ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ ।

adimg

ନବ ଦାସଙ୍କ ହତ୍ୟାକାଣ୍ଡର କାରଣ ଖୋଜୁଥିବା କ୍ରାଇମବ୍ରାଞ୍ଚ ଟିମକୁ ବୁଧବାର ରାତିରେ ନାଟକୀୟ ଭାବେ ଝାରସୁଗୁଡା ବିମାନବନ୍ଦର ଥାନା ପାଇଖାନା ଖୋଳୁଥିବା ଅବସ୍ଥାରେ ଦେଖାଯାଇଥିଲା । ତଦନ୍ତକାରୀ ଟିମର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ପୋଲିସ ସହାୟତାରେ ରାତିରେ ଉଠାଯାଇଥିଲା ପାଇଖାନା ଟାଙ୍କିର ସ୍ଲାବ । ରାତି ତମାମ ସକାଳ ପର୍ଯ୍ୟନ୍ତ ଖୋଳାଖୋଳି ଚାଲିଥିଲା ।

ପାଇଖାନା ଟାଙ୍କି ଭିତରୁ ମିଳିଛି କିଛି ଟୁକୁଡା କାଗଜ । କୁହାଯାଉଛି, ଏହି କାଗଜକୁ ନବ ଦାସଙ୍କୁ ହତ୍ୟା କରିଥିବା ଗୋପାଳ ଦାସ, ଥାନାରେ ପୋଲିସ କବଜାରେ ଥିବାବେଳେ, କୌଶଳ କ୍ରମେ ପାଇଖାନାକୁ ଯାଇ, ଫ୍ଲସ କରିଦେଇଥିଲା । ଆଉ କାଗଜ ଗୁଡିକ ପାଇଖାନା ଟାଙ୍କି ଭିତରକୁ ଚାଲି ଯାଇଥିଲା ।

ମିଳିଥିବା କାଗଜ ଗୁଡିକରେ କିଛି ଲେଖାଯାଇଥିବା ବି ଦେଖାଯାଉଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି କାଗଜରେ ଗୋପାଳ ଦାସ କୁଆଡେ ମନ୍ତ୍ରୀଙ୍କୁ ହତ୍ୟା କରିବା କାରଣ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଅଭିଯୁକ୍ତ ଗୋପାଳଙ୍କୁ ରିମାଣ୍ଡରେ ଆଣି ମାରାଥନ ଜେରା କରୁଥିବା କ୍ରାଇମବ୍ରାଞ୍ଚ ଟିମକୁ ବୁଧବାର ମିଳିଥିଲା କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ।

ଅଭିଯୁକ୍ତ ଗୋପାଳ ଦାସ ଗୁଳିକାଣ୍ଡ ପରେ, ଝାରସୁଗୁଡା ବିମାନବନ୍ଦର ଥାନା ପାଇଖାନା ଟାଙ୍କିରେ କିଛି କାଗଜ ଫିଙ୍ଗି ଥିବା କହିଥିଲା । ତାପରେ ରାତିରେ କ୍ରାଇମବ୍ରାଞ୍ଚ ଟିମ୍ ସ୍ଥାନୀୟ ପୋଲିସ ସହାୟତାରେ ଝାରସୁଗୁଡା ବିମାନବନ୍ଦର ଥାନାର ପାଇଖାନା ଟାଙ୍କି ଖୋଳିଥିଲା । ଆଉ ସେଥିରୁ କାଗଜ ଟୁକୁଡା ମିଳିଛି । ତେବେ ସେହି କାଗଜଗୁଡିକୁ ଫୋରେନସିକ୍ ଲାବକୁ ପଠାଯିବ ବୋଲି ସୂଚନା ମିଳିଛି ।

କାଗଜରେ କଣ ଲେଖାଅଛି ତାହା ଜଣାପଡୁନଥିଲେ ବି ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଏଥିରୁ କିଛି ଗୁପ୍ତ ରହସ୍ୟ ଜଣାପଡିବ ବୋଲି କୁହାଯାଉଛି । କିନ୍ତୁ ଚାରି ଦିନ ପରେ ପାଇଖାନା ଟାଙ୍କି ଭିତରୁ କାଗଜ ମିଳିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ପ୍ରଶ୍ନ ଉଠୁଛି ଗୋପାଳଙ୍କୁ ପୋଲିସ କାବୁ କରିବା ପରେ ତାଙ୍କର ଯାଞ୍ଚ କରାଯାଇନଥିଲା କି? ଯଦି ଯାଞ୍ଚ କରାଯାଇଥିଲା ତାଙ୍କ ପାଖରେ ଥିବା ଏତେ କାଗଜକୁ ଜବତ କରାଗଲାନି କାହିଁକି? ଜଣେ ଗୁଳି କରିିଥିବା ହତ୍ୟାକାରୀଙ୍କୁ କେମିତି ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇନଥିଲା? ଯଦି କାଗଜ ବଦଳରେ, କିଛି ବିଷାକ୍ତ ଦ୍ରବ୍ୟ କି ମାରଣାସ୍ତ୍ର ରଖିଥାନ୍ତେ ଓ ମରିଥାନ୍ତେ ସେଥିପାଇଁ କିଏ ଦାୟୀ ହୋଇଥାନ୍ତେ?

Share this story