ଡାକ୍ତର ମୋତିଆବିନ୍ଦୁ କହି କରିଦେଲେ ଅପରେସନ୍, ଅସ୍ତ୍ରୋପଚାର ପରେ ସବୁ କିଛି ଦିଶିଲା ଅନ୍ଧାର

ଓଡ଼ିଆ ଗସିପ୍ ବ୍ୟୁରୋ: ଦିଶି ନଥିଲା ବୋଲି ଆଖିକୁ ଦେଖାଇବା ପାଇଁ ଯାଇଥିଲେ ହେଲେ ଘଟିଗଲା ଅଘଟଣ । ମୋତିଆ ବିନ୍ଦୁ ବୋଲି କହି ଅପରେସନ୍ କରାଇଦେଲେ ଡାକ୍ତର । ହେଲେ ଭଲ ହେବା ବଦଳରେ ଆଉ ଆଖିକୁ କିଛି ଦିଶିଲାନି, ଦିଶିଲା ସବୁ କିଛି ଅନ୍ଧାର । ଏପରି ଘଟଣା ଜଣେ କି ଦୁଇ ଜଣଙ୍କ ନୁହେଁ, ଘଟିଛି ୬ ଜଣଙ୍କ କ୍ଷେତ୍ରରେ । ଆଖି ଅପରେସନ୍ କରାଇବାପରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଏପରି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ । ସହରାଞ୍ଚଳ ୧୬ନଂ ଜାତୀୟ ରାଜପଥ ଡାହାଣୀ ଗଡିଆ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରେ ଘଟିଛି ଏଭଳି ଘଟଣା । ୨୮ରୁ ୩୦ତାରିଖ ମଧ୍ୟରେ ୬ ଜଣ ବରିଷ୍ଠ ଚକ୍ଷୁରୋଗୀଙ୍କ ଅପରେସନ ହୋଇଥିଲା ।
ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...
ହେଲେ ପରେ ଚକ୍ଷୁ ପରୀକ୍ଷା କରିବା ବେଳକୁ ସେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇଥିବା ଜାଣିଥିଲେ । ଯାହାକୁ ନେଇ ଚିକିତ୍ସାଳୟରେ ଉତ୍ତେଜନା ଲାଗି ରହିବା ସହ ଥାନାରେ ଅଭିଯୋଗ କରିଥିଲେ ରୋଗୀ ଓ ସମ୍ପର୍କୀୟ । ଅଭିଯୋଗ ଅନୁସାରେ ରତ୍ନାକର ଜେନା, ସୁଲୋଚନା ନାୟକ, ରତ୍ନାକର ଦାସ ଓ ମେନକା ରାଣୀ ପଣ୍ଡା ପ୍ରମୁଖ ୬ଜଣ ବୟସ୍କ ରୋଗୀ ଆଖି ଅପରେସନ୍ କରାଇଥିଲେ ।
ଅଧିକ ପଢ଼ନ୍ତୁ: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ରାଶିର ଲୋକ; ନଚେତ୍ ପଡ଼ିବ ଶନି-ରାହୁଙ୍କ କୋପ
ହେଲେ ଦୃଷ୍ଟିଶକ୍ତି ହରାଇବା ପରେ ସମ୍ପୃକ୍ତ ଡାକ୍ତରଙ୍କୁ ପ୍ରଶ୍ନ କରିଥିଲେ । ତେବେ ଏନେଇ କିଛି ପ୍ରତିକ୍ରିୟା ନଦେଇ ତରବରିଆ ଭାବେ ସେଠାରୁ ଡାକ୍ତର ଲୁଚି ପଳାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଉତ୍ତେଜନା ଲାଗି ରହିବା ସହ ରୋଗୀ ଓ ସମ୍ପର୍କୀୟମାନେ ଆଗକୁ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପଚାରିବାରୁ ତଦନ୍ତ କରାଯିବା ନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ