ଡିଭାଇଡରରେ ପିଟି ହେଲା କାର୍, ଚାଲିଗଲା ବାପ-ଝିଅଙ୍କ ଜୀବନ, ଶାଶୁ ବୋହୂ ଗୁରୁତର
 

Father and Daughter Die After Car Hits Road Divider in bhadrak
ଦୁର୍ଘଟଣାରେ ଚାଲିଗଲା ବାପା-ଝିଅଙ୍କ ଜୀବନ  
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେଲା କାର୍‌ । ଦୁର୍ଘଟଣାରେ ବାପା ଓ ଝିଅ ମୃତ, ଶାଶୁ ବୋହୂ ଗୁରୁତର । ଆଜି ମଧ୍ୟାହ୍ନ ସମୟରେ ଭଦ୍ରକ ଜିଲ୍ଲା ୧୬ନମ୍ବର ଭଣ୍ଡାରିପୋଖରୀ ଆଖୁଆପଦା ନିକଟ ଯଶୋଟିକିରି ଠାରେ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । 

ଆଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ବ୍ଲଡ଼ କ୍ୟାନ୍ସର ? ଏହି ଲକ୍ଷଣଗୁଡ଼ିକ ଦେଖା ଦେଲେ କରନ୍ତୁନି ଅଣଦେଖା 

ଦୁର୍ଘଟଣା ପରେ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ଦୁର୍ଘଟଣାଗ୍ରସ୍ତ କାରରୁ ୫ଜଣଙ୍କୁ ଉଦ୍ଧାର କରି ପ୍ରଥମେ ଭଣ୍ଡାରିପୋଖରୀରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଦୁଇ ବାପାଝିଅଙ୍କୁ ମୃତ ଘୋଷଣା କଲେ ଡାକ୍ତର। ଅନ୍ୟ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୋଆରୁ ହାୱଡା ଅଭିମୁଖେ କାରରେ ଆସୁଥିଲେ ଏହି ପରିବାର ।

ଆଧିକ ପଢନ୍ତୁ : ମୀନ ରାଶିରେ ବୁଧ ଗୋଚର, ୫୦ ବର୍ଷ ପରେ ତ୍ରିଗ୍ରାହି ଯୋଗ, ୩ ରାଶିଙ୍କ ପାଇଁ ଆଣିବ ଧନ ଏବଂ ସମୃଦ୍ଧି!

ମୃତକ ଦ୍ୱୟ ହେଉଛନ୍ତି ସୁଭାଶିଷ ଗାଙ୍ଗୁଲି ଓ ତାଙ୍କ ୪ ବର୍ଷର ଝିଅ କୋଏଲ ଗାଙ୍ଗୁଲି। ସୁଭାଶିଷଙ୍କ ପତ୍ନୀ ଅର୍ପିତା ଗାଙ୍ଗୁଲି, ବାପା ନିମାଇଁ ଗାଙ୍ଗୁଲି ଓ ମା’ ରାକ୍ଷୀ ଗାଙ୍ଗୁଲି ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ଗୋଟିଏ ପରିବାରର ସଦସ୍ୟ ଓ ଘର ପଶ୍ଚିମବଙ୍ଗ ମେଦିନପୁର ଜିଲ୍ଲା ଖଡ଼ଗପୁର ମାଲଙ୍କା ଅଂଚଳରେ ବୋଲି ସୂଚନା ମିଳିଛି ।

ଆଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!
 

Share this story