ଧାନ ବିଲକୁ ଯିବାବେଳେ କଚାଡ଼ି କଚାଡି ମାରିଦେଲା ହାତୀ 
 

Farmer dies in elephant attack in odisha sundargarh
ଧାନ ବିଲକୁ ଯିବାବେଳେ କଚାଡ଼ି ମାରିଦେଲା ହାତୀ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ହାତୀ ଆକ୍ରମଣରେ ଚାଷୀ ମୃତ । ସକାଳୁ ସକାଳୁ ବିଲକୁ ଯିବାବେଳେ ଆକ୍ରମଣ କରିଥିଲା ହାତୀ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ଗରଗଡ଼ବାହାଲ ଗାଁରେ ଧାନ ବିଲକୁ ଯିବାବେଳେ କଚାଡ଼ି ମାରିଦେଲା ହାତୀ । ମୃତକ ଜଣକ ହେଲେ ଗରଗଡ଼ବାହାଲ ଗାଁର ହିରାଲାଲ ବେହେରା । 

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ଭୋର ସାଢ଼େ ୩ଟାରେ ବେଳେ ବିଲରେ ହାତୀ ପଶି ଫସଲ ନଷ୍ଟ କରୁଥିବା ଜାଣିବା ପରେ ହିରାଲାଲ ଧାନ ବିଲକୁ ଜଗିବାକୁ ଯାଇଥିଲେ । ଏହି ସମୟରେ କଚାଡ଼ି ମାରିଦେଇଛି ହାତୀ । ୩୦ ଟିକିଆ ହାତୀ ପଲ ଗତ କିଛି ଦିନ ହେଲା ସ୍ଥାନୀୟ ଅଂଚଳକୁ ଆସି ଉତ୍ପାତ କରୁଛନ୍ତି । ବନ ବିଭାଗ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରିବା ସହ ହାତୀ ଘଉଡାଇବା ପାଇଁ ବ୍ୟବସ୍ଥା କରୁଛି ।

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ! ଖାଉଛନ୍ତି କି ଏହି ଖାଦ୍ୟ? କିଡନୀକୁ ସୁସ୍ଥ ରଖିବା ପାଇଁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ...
 

Share this story