୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ମାରିଦେଲା ପିଶାଚ ବାପା: ପୁରା ଘଟଣା ଜାଣିଲେ ଆଖିରେ ଲୁହ ଆସିଯିବ, କି ଶାସ୍ତି ଦରକାର?

evil minded father did this astonishing deed

ଓଡ଼ିଆ ଗସିପ୍ ବ୍ୟୁରୋ: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି । ୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ହତ୍ୟା କରିଛି ପିଶାଚ ବାପା ।

ଖବର ପାଇବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଝିଅର ମୃତଦେହକୁ ଜବତ କରିବା ସହ ପିଶାଚ ବାପାଙ୍କ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ କେନ୍ଦୁବାହାରା ଗାଁର ଗଜାନନ୍ଦ ମାଝୀ ମଦ ପିଇ ଘରକୁ ଯାଇଥିଲେ । ଏହି ସମୟରେ ସ୍ତ୍ରୀ ଗୋପପୁରୀ ମାଝୀଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପରେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ବଢ଼ି ଯାଇଥିଲା ।

ଅଧିକ ପଢ଼ନ୍ତୁ : ଏବେ ମନଭରି ଯୌନସୁଖ ଦେବ AI ରୋବଟ୍‌, ଆଉ ଦରକାର ହେବେନି ପାର୍ଟନର

ଏହାଦେଖି ଝଗଡ଼ା ବନ୍ଦ କରିବା ପାଇଁ ଆସିଥିଲା ଝିଅ । ଏଥିରେ ଉତକ୍ଷିପ୍ତ ହୋଇ ହିତାହିତ ଜ୍ଞାନ ହରାଇ ବସିଥିଲା ଅଭିଯୁକ୍ତ ବାପା । ନିଶାସକ୍ତ ବାପା ୧୩ ବର୍ଷର ନାବାଳିକା ଝିଅଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ।

Share this story