ଦନ୍ତା ପାଟିରେ ବୋମା ପୂରାଇଥିଲେ ଦୁର୍ବୃତ୍ତ, ବିସ୍ଫୋରଣର ଶିକାର ହୋଇ ଚାଲିଗଲା ଜୀବନ

ଓଡ଼ିଆ ଗସିପ୍ ବ୍ୟୁରୋ: ଭରତପୁର ଜଙ୍ଗଲରେ ଆହତ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଦନ୍ତା ହାତୀର ପାଟିରେ ଦୁର୍ବୃତ୍ତ ବୋମା ପୂରାଇଥିଲେ। ଗୁରୁତର ଆହତ ହୋଇଥିଲା ଦନ୍ତା ହାତୀ । ମାଢ଼ି ଓ ଜିଭରେ ଲାଗିଥିଲା ଗୁରୁତର ଆଘାତ । ବନ ବିଭାଗ ପକ୍ଷରୁ ତୁରନ୍ତ ଯୋଗା ଯାଇଥିଲା ଚିକିତ୍ସା । ହେଲେ ଶେଷରେ ସୋମବାର ବିଳମ୍ବିତ ରାତିରେ ଭରତପୁର ଜଙ୍ଗଲରେ ଅସୁସ୍ଥ ଦନ୍ତାର ମୃତ୍ୟୁ ଘଟିଛି ।
ଅଧିକ ପଢନ୍ତୁ :ଆର୍ଥିକ ସ୍ଥିତି ଖରାପ ସହ ମାନସିକ ଅବସାଦରେ ରହିବେ ଏହି ରାଶିର ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ
ଖବର ଅନୁଯାୟୀ, ଖୋର୍ଦ୍ଧା ଅଞ୍ଚଳରୁ ଦନ୍ତା ହାତୀଟି ଗୁରୁତର ହୋଇଥିଲା । ଏହାପରେ ହାତୀକୁ ଭରତପୁର ଜଙ୍ଗଲକୁ ଆସିଥିଲା । କିଛି ଦିନ ପୂର୍ବରୁ ହାତୀଟି ଶିକାରୀଙ୍କ ଦ୍ୱାରା ରଖାଯାଇଥିବା ବିସ୍ଫୋରକ ପଦାର୍ଥ ଖାଇଥିବା ଅନୁମାନ କରାଯାଇଥିଲା। ଯାହାଫଳରେ ପାଟିରେ ବିସ୍ଫୋରକ ସାମଗ୍ରୀଟି ଫୁଟି ଯାଇଥିଲା ।
ଅଧିକ ପଢନ୍ତୁ :ସମାନ ଗୋତ୍ରରେ ବିବାହ କଲେ କି ସମସ୍ୟା ଭୋଗିବେ? ଜାଣନ୍ତୁ ବିଜ୍ଞାନରେ ରହିଛି ଏହାର ଉତ୍ତର
ଏହାପରେ ହାତୀଟି ଜଙ୍ଗଲରେ ଗୁରୁତର ଅବସ୍ଥାରେ ପଡିଥିବାର ଦେଖିଥିଲେ ପାଟ୍ରୋଲିଂ କରୁଥିବା ବନବିଭାଗ କର୍ମଚାରୀ । ଏହାପରେ ହାତୀକୁ ଚିକିତ୍ସା ଲାଗି ଆରମ୍ଭ ହୋଇଥିଲା ପ୍ରୟାସ । ହେଲେ ସେଥିରେ ସଫଳ ହୋଇନଥିଲା ବନବିଭାଗ ।
ଅଧିକ ପଢନ୍ତୁ :ଅଧିକ ଖର୍ଚ୍ଚାନ୍ତ ହେବା ସହ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ! ପଢନ୍ତୁ ଆଜିର ରାଶିଫଳ