ରାସ୍ତା ଉପରେ ଯାତ୍ରୀବାହି ବସକୁ ଅଟକାଇ ଠେଲିଲା, ଲୋକଙ୍କୁ ଆକ୍ରମଣ କଲା ଦନ୍ତାହାତୀ

Elephant attacks bus in Odishas Rayagada
ରାସ୍ତା ଉପରେ ଯାତ୍ରୀବାହି ବସକୁ ଅଟକାଇ ଠେଲିଲା, ଲୋକଙ୍କୁ ଆକ୍ରମଣ କଲା ଦନ୍ତାହାତୀ

ଓଡ଼ିଆ ଗସିପ୍ ବ୍ୟୁରୋ: ରାସ୍ତା ମଝିରେ ହଙ୍ଗାମା କଲେ ଗଜରାଜ । ଚଳନ୍ତା ବସକୁ ଅଟକାଇ ଆକ୍ରମଣ କଲା ହାତୀ । ବସ ଭିତରେ ଯାତ୍ରୀ ଥିବା ବେଳେ ବାହାରପଟୁ ଆକ୍ରମଣ କରି ଗାଡିର ସାମ୍ନାପଟ କାଚ ଭାଙ୍ଗି ଦେଇଛି ଦନ୍ତା । ରାୟଗଡ଼ା ଜିଲ୍ଲା ସୀମାନ୍ତ ଆନ୍ଧ୍ର ପ୍ରଦେଶର କମରଡ଼ା ରାସ୍ତାରେ ଏହି ଘଟଣା ଘଟିଛି ।

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

ବସ୍ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ । କିଛି ଯାତ୍ରୀ ବସରୁ ଓହ୍ଲାଇ ଏଣେତେଣେ ଧାଇଁଥିଲେ । ତେବେ ବସ୍‌ ଡ୍ରାଇଭରର ଉପସ୍ଥିତି ବୁଦ୍ଧି ଯୋଗୁଁ ବସର ଅନ୍ୟ ଯାତ୍ରୀମାନେ ରକ୍ଷା ପାଇଗଲେ । ଡ୍ରାଇଭର ବସ୍‌ ଟିକୁ ପଛୁଆ ନେଇ ଯିବା ଫଳରେ ହାତୀ ଆଉ ଆଗକୁ ଯାଇ ନ ଥିଲା ।

ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ବସଟି ରାୟଗଡ଼ାରୁ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମକୁ ଯିବା ସମୟରେ ଏଭଳି ଘଟିଛି । ରାୟଗଡ଼ା ଠାରୁ ବିଜୟଦୁର୍ଗା ନାମକ ଘରୋଇ ବସ୍ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ଯାଉଥିବା ବେଳେ ହଠାତ ଏକ ଦନ୍ତାହାତୀ ରାସ୍ତା ଉପରକୁ ମାଡି ଆସିଥିଲା । ଫଳରେ ରାସ୍ତା ଉପରେ ବସ୍ ଅଟକି ରହିଥିଲା । ସେହି ସମୟରେ ହାତୀଟି ଉଗ୍ର ରୂପ ଧାରଣ କରି ବସ୍‌ର ସାମ୍ନାକୁ ଆସି ବସ୍‌ର କାଚ ଭାଙ୍ଗି ଦେଇଥିଲା ।

Share this story