ମହଙ୍ଗା ପଡିଲା ଦଳ ବିରୋଧୀ କାମ, ବିଜେଡି ଦଳରୁ ବହିଷ୍କୃତ କଲେ ବିଜେଡି ସୁପ୍ରିମୋ 
 

Due to anti party activities Raghuram macha was expelled from bjd
ଦଳ ବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦଳ ବିରୋଧୀ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ବିଜେଡି ନେତା ରଘୁରାମ ମାଛଙ୍କୁ ଦଳରୁ ବହିସ୍କାର କରିଛନ୍ତି। ଶ୍ରୀ ମାଛ ଗତ କିଛି ମାସ ହେବ ଦଳୀୟ ବିଧାୟକ ଓ ନେତା ମାନଙ୍କ ବିରୁଦ୍ଧରେ କଟୁ ମନ୍ତବ୍ୟ ଦେବା ସହ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ରହିଥିଲେ। ତେଣୁ ବିଜେଡି ସୁପ୍ରିମୋ ଆଜି ଏପରି ନିଷ୍ପତି ନେଇଥିବା ଜଣା ପଡ଼ିଛି।

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

ସୂଚନା ଥାଉକି ରଘୁରାମ ମାଛ ୨୦୧୪ ରେ ଶିକ୍ଷକତା ଚାକିରୀ ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଓ ସେହି ବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କୋରାପୁଟ ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ି ପରାଜୟ ବରଣ କରିଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ସେ ୨୦୨୧ ଅକ୍ଟୋବରରେ ମଧ୍ୟ ଦଳରୁ ନିଲମ୍ୱିତ ହୋଇଥିଲେ।

ଅଧିକ ପଢନ୍ତୁ : ୨୩୭ ଦିନ ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ! ଶନି ଚଳନ ଫଳରେ ଏହି ୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି...
 

Share this story