କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି, ଜାଣନ୍ତୁ କିଏ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି
 

Dr. Justice Bidyut Ranjan Sarangi will be next Chief Justice of Odisha High Court
ଜାଣନ୍ତୁ କିଏ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି
 

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀଙ୍କୁ ଦାୟିତ୍ବ ମିଳିଛି। ଆସନ୍ତା ମାସ ୪ ତାରିଖରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଅବସର ଗ୍ରହଣ କରିବାକୁ ଯାଉଥିବାରୁ ତାଙ୍କ ସ୍ଥାନରେ ଜଷ୍ଟିସ ଷଡ଼ଙ୍ଗୀ କାର୍ଯ୍ୟଭାର ତୁଲାଇବେ। ଏନେଇ ଶୁକ୍ରବାର କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଅଧିକ ପଢ଼ନ୍ତୁ: ଆର୍ଥିକ ସମସ୍ୟା ସୃଷ୍ଟି ହେବା ସହ ସ୍ବାସ୍ଥ୍ୟ ସମସ୍ୟା ଉପୁଜିବ ଓ ବିବାହ ବିଳମ୍ବ ହେବ, ଜାଣନ୍ତୁ ଆଜିର ରାଶିଫଳ

ଜଷ୍ଟିସ ଷଡ଼ଙ୍ଗୀ ଆସନ୍ତା ମାସ ୪ ତାରିଖରେ ଶପଥ ନେବେ ବୋଲି ଜଣାପଡ଼ିଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ୍‌ ଷଡ଼ଙ୍ଗୀ ଭୁବନେଶ୍ବର ବିଜେବି କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ କଟକ ମଧୁସୂଦନ ଲ’ କଲେଜରୁ ଏଲ୍‌ଏଲ୍‌ବି ଏବଂ ଏଲ୍‌ଏଲ୍‌ଏମ୍‌ ପାସ୍‌ କରିଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି ଡିଗ୍ରୀ ହାସଲ ପରେ ୧୯୮୫ରେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ରେ କାର୍ଯ୍ୟ ଆରମ୍ଭ କରିଥିଲେ।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି

Share this story