ଓଡ଼ିଶାର ରାଜ ପରିବାରରେ ବି ଯୌତୁକ ନିର୍ଯାତନା; ବୋହୁ ଆଣିଲେ ସାଙ୍ଘାତିକ ଅଭିଯୋଗ

domestic violence registered against monarchs family

ଓଡ଼ିଆ ଗସିପ ବ୍ୟୁରୋ : ବଲାଙ୍ଗିରର ପ୍ରତିଷ୍ଠିତ ରାଜ ପରିବାର ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ବୋହୂ ଅଦ୍ରିଜା ସିଂଙ୍କ ଅଭିଯୋଗ ପଞ୍ଜୀକରଣ ହୋଇଛି । ଅର୍କେଶ ସିଂଦେଓଙ୍କ ପତ୍ନୀ ଅଦ୍ରିଜା ସିଂଙ୍କ ଅଭିଯୋଗ ଆଧାରରେ ଡେରାଡୁନ ରାଜପୁର ଥାନାରେ ପାରିବାରିକ ହିଂସା ମାମଲା ରୁଜୁ ହୋଇଛି ।

ସ୍ୱାମୀ ଅର୍କେଶଙ୍କ ସମେତ ଶ୍ୱଶୁର ଅନଙ୍ଗ ଉଦୟ ସିଂଦେଓ, ଶାଶୁ ବିଜୟଲକ୍ଷ୍ମୀ ଦେବୀ, ଦେଢ଼ଶୁର କଳିକେଶ ସିଂଦେଓ ଓ ବଡ଼ ଯାଆ ମେଘନାଙ୍କ ବିରୋଧରେ ଅଦ୍ରିଜା ଯୌତୁକ ଓ ନିର୍ଯାତନା ଅଭିଯୋଗ ଆଣିଥିଲେ । ହେଲେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଉନଥିବାର ଅଭିଯୋଗ କରି ସେ ଉତ୍ତରାଖଣ୍ଡ ଡିଜିପିଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଏବେ ଡେରାଡୁନରେ ମାମଲା ରୁଜୁ ହୋଇଥିବା ଅଦ୍ରିଜା ଓଟିଭିକୁ ସୂଚନା ଦେଇଛନ୍ତି । ଅଦ୍ରିଜା ଆଣିଥିବା ଅଭିଯୋଗକୁ ନେଇ ପୂର୍ବରୁ ଅର୍କେଶ କହିଥିଲେ, ଡେରାଡୁନ ଘରେ ଅଦ୍ରିଜାଙ୍କ ବାପା ଗୁଣ୍ଡା ଆଣି ପାଟିତୁଣ୍ଡ କରିଥିଲେ ।

ଆହୁରି ପଢ଼ନ୍ତୁ : ପୁଣି ଚର୍ଚ୍ଚାରେ ଦବାଙ୍ଗ ଆଇଏଏସ୍ ଅଫିସର ଟିନା ଡାବି : ବିସ୍ଥାପିତ ପାକିସ୍ତାନୀ ହିନ୍ଦୁ ପରିବାରଙ୍କ ଘର ଉପରେ ବୁଲଡୋଜର ଚଳାଇବାକୁ ଦେଲେ ନିର୍ଦେଶ

ଆହୁରି ପଢ଼ନ୍ତୁ : ଚାଣକ୍ୟ ନୀତି : କାହିଁକି ବିବାହିତ ପୁରୁଷ ଅନ୍ୟ ମହିଳାଙ୍କ ପ୍ରତି ହୁଅନ୍ତି ଆକର୍ଷିତ ? କଣ କହୁଛି ଚାଣକ୍ୟ ନୀତି ?

ତାସହ ଏମିତି କିଛି ଦାବି ରଖିଥିଲେ, ଯାହା ପୂରଣ କରିବା ଅସମ୍ଭବ । ଯେହେତୁ ମାମଲା କୋର୍ଟଙ୍କ ବିଚାରାଧୀନ ରହିଛି, ତେଣୁ କୋର୍ଟରେ ବିଚାର କରିବାକୁ ଦିଅନ୍ତୁ ବୋଲି ଅର୍କେଶ କହିଥିଲେ ।

ଅଦ୍ରିଜାଙ୍କ ଅଭିଯୋଗ ଅନୁସାରେ, ଶ୍ୱଶୁର ଅନଙ୍ଗ ଉଦୟ ସିଂ ଦେଓ, ବିଜୟ ଲକ୍ଷ୍ମୀ ଦେବୀ, ମେଘନା ରାଣା ଗତ ୫ ବର୍ଷ ଧରି ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲେ । ଏପରିକି ତାଙ୍କ ବେଡ୍‌ରୁମ୍‌ରେ କ୍ୟାମେରା ଲଗାଯାଇଥିଲା । ତାଙ୍କୁ ଗାଳିଗୁଲଜ କରାଯିବା ସହ ଧମକଚମକ ଦିଆଯାଉଥିଲା । ମ୍ୟାନେଜରଙ୍କ ମାଧ୍ୟମରେ ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିଲା ।

Share this story

World Odia Language Conferene